Odisha Link
Bridging the Missing Links in Odisha

ଏ ପର୍ଯ୍ୟନ୍ତ ତୁଟୁନି ବିବାଦ; ତିନି ଦିନ ହେବ ଉପବାସରେ ମହାପ୍ରଭୁ ଲିଙ୍ଗରାଜ

ଓଏଲ୍‌ ବ୍ୟୁରୋ: ଲିଙ୍ଗରାଜ ମହାପ୍ରଭୁଙ୍କ ନୀତିକାନ୍ତିରେ ବିଭ୍ରାଟ ହୋଇଛି। ତିନି ଦିନ ହେବ ଠାକୁରଙ୍କ ନୀତି ବନ୍ଦ ହୋଇଯାଇଛି। ତିନି ଦିନ ହେବ ଠାକୁରଙ୍କ ନୀତି ବନ୍ଦ ହୋଇଥିବାରୁ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ତେବେ ଆଜି ବିବାଦର ସମାଧାନ ହେବା ନେଇ ସେବାୟତ ଓ ମନ୍ଦିର ପ୍ରଶାସନ ଆଶା ରଖିଛନ୍ତି। ଏନେଇ ଅତିରିକ୍ତ ଦେବୋତର କମିଶନର ମନ୍ଦିର ଟ୍ରଷ୍ଟ ବୋର୍ଡ କାର୍ଯ୍ୟ ନିର୍ବାହୀ ତଥା ଅତିରିକ୍ତ ଜିଲ୍ଲାପାଳଙ୍କୁ ଲିଖିତ ନିର୍ଦ୍ଦେଶ ଦେଇଛନ୍ତି। ତେବେ କୌଣସି ପକ୍ଷ ରାଜି ନହେଲେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯିବା ସହ ପୁରୁଣା ବିବାଦ ଓ ନୀତିକାନ୍ତି ବନ୍ଦ ସମ୍ପର୍କରେ ରିପୋର୍ଟ ଦେବାକୁ ଦେବୋତ୍ତର କମିଶନର ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁସାରେ, ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡାଙ୍କ ମଧ୍ୟରେ ବିବାଦ ଯୋଗୁଁ ମହାଦେବଙ୍କ ନୀତି ହୋଇନାହିଁ। ତେବେ ବାହ୍ୟ ପ୍ରଭାବରେ ପ୍ରଭାବିତ ହୋଇ ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ କନ୍ଦଳ ଲାଗିରହିଥିବା ଜଣାପଡିଛି। ଠାକୁରଙ୍କ ସେବା ପାଇଁ ବଡୁ ନିଯୋଗଙ୍କୁ ଯେଉଁ ସମ୍ପତ୍ତି ଦିଆଯାଇଥିଲା ସେଠାରେ ସେମାନେ ନିର୍ମାଣ କାର୍ଯ୍ୟ କରୁଥିବାରୁ ଏହାକୁ ବିରୋଧ କରି ଅନ୍ୟ ସେବାୟତ ଗୋଷ୍ଠୀ ଠାକୁରଙ୍କ ନୀତି ବନ୍ଦ କରିଥିବା ଜାଣିବାକୁ ମିଳିଛି। ଯାହା ଦ୍ୱାରା ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତିରେ ବିଭ୍ରାଟ ଦେଖା ଦେଇଛି। ସେବାୟତଙ୍କ ମଧ୍ୟରେ ବିବାଦ ଓ ସମନ୍ୱୟ ଅଭାବରୁ ପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

Leave A Reply

Your email address will not be published.