Odisha Link
Bridging the Missing Links in Odisha

ରାତି ପାହିଲେ ମା’ ଗଜଲକ୍ଷ୍ମୀଙ୍କ ପୂଜା; ଉତ୍ସବମୁଖର ବିଭିନ୍ନ ପୂଜା ମଣ୍ଡପ

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ମା’ ଗଜଲକ୍ଷ୍ମୀଙ୍କ ପୂଜା। ମା’ ଗଜଲକ୍ଷ୍ମୀଙ୍କ ଆବାହନକୁ ନେଇ ସଜେଇ ହୋଇଛି ବିଭିନ୍ନ ପୂଜା ମଣ୍ଡପ। ବିଶେଷ କରି ଢେଙ୍କାନାଳ ଓ କେନ୍ଦ୍ରାପଡ଼ା ଉତ୍ସବମୁଖର ହୋଇଉଠିଛି। ରଙ୍ଗୀନ ତୋରଣ ସହ ମାଙ୍କ ସୁନ୍ଦର ମୂର୍ତ୍ତି କାର୍ଯ୍ୟ ଶେଷ ହୋଇଛି। ରାତି ପାହିଲେ ମା’ ଗଜଲକ୍ଷ୍ମୀଙ୍କ ପୂଜା କରାଯିବ।

ଅନ୍ୟପଟେ, କୁମାର ପୂର୍ଣ୍ଣିମାରେ ପଡୁଛି ରାହୁଗ୍ରସ୍ତ ଖଣ୍ଡ ଗ୍ରାସ ଚନ୍ଦ୍ର ଗ୍ରହଣ। ତେଣୁ ଅକ୍ଟୋବର ୨୮ ତାରିଖରେ ଚନ୍ଦ୍ରଗ୍ରହଣ ଯୋଗୁ ଶ୍ରୀମନ୍ଦିରରେ ହେବ ସ୍ୱତନ୍ତ୍ର ପୂଜାନୀତି। ଗ୍ରହଣର ଅବଧି ୧ ଘଣ୍ଟା ୧୯ ମିନିଟ ୭ ସେକେଣ୍ଡ। ଗ୍ରହଣ ସ୍ପର୍ଶ ସମୟ ଆରମ୍ଭ ହେବ ରାତି ଗୋଟାଏ ୪ମିନିଟ ୫୫ ସେକେଣ୍ଡରୁ। ସର୍ବମୋକ୍ଷ ରାତି ୨ଟା ୨୪ ମିନିଟ ୨ ସେକେଣ୍ଡ। ଗ୍ରହଣର ୯ ଘଣ୍ଟା ପୂର୍ବରୁ ହେବ ପାକତ୍ୟାଗ। ଅର୍ଥାତ ଅପରାହ୍ନ ୪ଟା ସ ମିନିଟ ୫୫ ସେକେଣ୍ଡରୁ ରାତି ୨ଟା ୨୪ ମିନିଟ ୨ ସେକେଣ୍ଡ ଯାଏ ପାକତ୍ୟାଗ ରହିଛି। ଏହି ସମୟରେ ଅନ୍ନ ନିଷେଧ ଓ ଦେବନୀତି ନିଷେଧ ରହିଛି।

ଏଥର କୁମାର ପୂର୍ଣ୍ଣିମାରେ ପଡୁଛି ରାହୁଗ୍ରସ୍ତ ଖଣ୍ଡ ଗ୍ରାସ ଚନ୍ଦ୍ର ଗ୍ରହଣ। ଏଥିପାଇଁ ଶ୍ରୀମନ୍ଦିର ସ୍ଵତନ୍ତ୍ର ନୀତି ଅନୁଷ୍ଠିତ ହେବ। ଏହି ଦିନ ଚକ୍ରରାଜ ସୁଦର୍ଶନ ଚାରିଆଶ୍ରମ ପରିକ୍ରମା କରି ରତ୍ନସିଂହାସନରେ ବେଜେ କରିବେ ଯାହା ଗ୍ରହଣ ସ୍ପର୍ଶର ୯ଘଣ୍ଟା ପୂର୍ବରୁ ପାକତ୍ୟାଗ ସମୟ ଦିନ ୪ଟା ୪ମିନିଟ ୫୫ସେକେଣ୍ଡ ପୂର୍ବରୁ ସମ୍ପନ୍ନ ହେବ। ସେଥିପାଇଁ ସମସ୍ତ ପାଳିଆ ସେବକଙ୍କର ସହଯୋଗ କାମନା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

ଅନ୍ୟପଟେ, ୧ଘଣ୍ଟା ୧୯ ସେକଣ୍ଡର ଚନ୍ଦ୍ର ଗ୍ରହଣକୁ ଦେଖିବାରେ ସୁଯୋଗ ରହିଛି ୬ଟି ରାଶି ପାଇଁ ଅଶୁଭ ଥିବାବେଳେ ୬ଟି ରାଶି ପାଇଁ ଶୁଭଫଳ ରହିଛି ବୋଲି ଜ୍ୟୋତିର୍ବିଦ କହିଛନ୍ତି। ୬ଟି ରାଶି ପାଇଁ ଶୁଭ ହୋଇଥିବାବେଳେ ୬ଟି ରାଶି ପାଇଁ ଅଶୁଭ ଫଳଦାୟକ ହୋଇଥାଏ। ମେଷ, ବୃଷ, କର୍କଟ, ସିଂହ, କନ୍ୟା ତୁଳା ପାଇଁ ଅଶୁଭ ଥିବାବେଳେ ମିଥୁନ, ବିଛା, ଧନୁ , ମକର, କୁମ୍ଭ ଓ ମୀନପାଇଁ ଶୁଭ ଫଳଦାୟକ ବୋଲି ଜ୍ୟୋତିର୍ବିଦ କହିଛନ୍ତି।

Leave A Reply

Your email address will not be published.