Odisha Link
Bridging the Missing Links in Odisha

ଏଥର ଦୀପାବଳୀ ହେବ ପ୍ରଦୂଷଣମୁକ୍ତ! ପରିବେଶ ପାଇଁ ସବୁଜ ବାଣ ଫୁଟାଇବାକୁ ନିବେଦନ

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ଆଉ ୨ ଦିନ ପରେ ପାଳନ ହେବ ଆଲୋକର ପର୍ବ ଦୀପାବଳୀ। ଏହା ପୂର୍ବରୁ ଦିଲ୍ଲୀରେ ପ୍ରଦୂଷିତ ବାୟୁ ଚିନ୍ତାର ବିଷୟ ପାଲଟିଛି। ପ୍ରଦୂଷଣ ରୋକିବା ପାଇଁ କୃତ୍ରିମ ବର୍ଷା କରିବାକୁ ଯୋଜନା କରୁଛନ୍ତି ଦିଲ୍ଲୀ ସରକାର। ପରିବେଶକୁ ପ୍ରଦୂଷଣମୁକ୍ତ କରିବା ପାଇଁ ଏଥର ଆଲୋକର ପର୍ବ ଦୀପାବଳୀରେ ଜଳିବ ଦୀପ। ଫୁଟିବନି ବାଣ। ଏଭଳି କିଛି କଟକଣା ଜାରି ହୋଇଛି। ପରିବେଶକୁ ପ୍ରଦୂଷଣମୁକ୍ତ କରିବା ପାଇଁ ସବୁଜ ବାଣ ଫୁଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ଦୀପାବଳୀ ପୂର୍ବରୁ ସୁପ୍ରିମକୋର୍ଟ ପ୍ରଦୂଷଣ ସୃଷ୍ଟିକାରୀ ବାଣ ଫୁଟାଇବା ଉପରେ କଟକଣା ଜାରି କରିଛନ୍ତି। ସୁପ୍ରିମକୋର୍ଟଙ୍କ କଟକଣା ପରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଲୋକେ ଦୀପାବଳିରେ କେଉଁ ବାଣ ଫୁଟାଇବେ ତାକୁ ନେଇ ବିତର୍କ ଆରମ୍ଭ ହୋଇଛି। ସୁପ୍ରିମକୋର୍ଟ କହିଛନ୍ତି, ୧୨୫ ଡେସିବିଲରୁ ଅଧିକ ଶଦ୍ଦ ପ୍ରଦୂଷଣ ବାଣ ଫୁଟିବ ନାହିଁ। ଅଧିକ ଶବ୍ଦ ଓ ପ୍ରଦୂଷଣ କରୁଥିବା ବାଣ ଫୁଟାଇପାରିବେ ନାହିଁ। ସବୁଜ ବାଣ ଫୁଟାଇବା ଉପରେ କୌଣସି ପ୍ରତିବନ୍ଧକ ନାହିଁ। ଅତ୍ୟଧିକ ପ୍ରଦୂଷଣ ସୃଷ୍ଟିକାରୀ ବାଣ ଉପରେ ବ୍ୟାନ ଲଗାଇଛନ୍ତି।

ପୂର୍ବ ବର୍ଷଗୁଡ଼ିକରେ ଏହା ଦେଖାଯାଇଛି ଯେ ଦୀପାବଳି ଦିନକ ପରେ ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ ‘ଗୁରୁତର’ ହୋଇଯାଏ। ଆହୁରି ମଧ୍ୟ, ଦୀପାବଳି ପରେ ଅନେକ ଦିନ ଧରି କ୍ରାକର ଜାଳିବାର ଏହି କ୍ଷତିକାରକ ପ୍ରଭାବ ରହିଥାଏ। ବୋରିୟମ ସଲ୍ଟ ଓ ରାସାୟନିକ ସାମଗ୍ରୀ ବ୍ୟବହାରକାରୀ ବାଣ ଉପରେ ରୋକ୍ ଲାଗିଛି।

କୋର୍ଟ କହିଛନ୍ତି, ବାଣ ଦୋକାନରେ କେବଳ ସବୁଜ ବାଣ ବିକ୍ରି ହୋଇପାରିବ। ତେବେ ସବୁଜ ବାଣ କ’ଣ ଓ ଏହା କେମିତି ଚିହ୍ନିବେ। ଏହି ବାଣରେ ସବୁଜ ରଙ୍ଗ ଲୋଗୋ ଥାଏ। ସବୁଜ ବାଣ ଧୂଆଁ କିମ୍ବା ପାଉଁଶ ସୃଷ୍ଟି କରେ ନାହିଁ। ବାଣ ଫୁଟିଲେ ଏହାର ଶଦ୍ଦ ୧୧୦ରୁ ୧୨୫ ଡେସିମିଲ ମଧ୍ୟରେ ସୀମିତ ଥାଏ। ଏହି ବାଣ ପରିବେଶକୁ କୌଣସି କ୍ଷତି ପହଞ୍ଚାଇନଥାଏ ଓ ପ୍ରଦୂଷଣ ରହିତ ହୋଇଥାଏ।

ଅନ୍ୟପଟେ, ଦୀପାବଳୀ, ଧନତେରସ ଓ ସର୍ବାର୍ଥ ସିଦ୍ଧି ଯୋଗ ଭିତରେ କିଣାବିକା କରିବା ଅତ୍ୟନ୍ତ ଶୁଭ ରହିବ। ବିଶେଷ ଭାବରେ କୌଣସି ବାହାନ କିଣାବିକା କିମ୍ବା ବେପାରର ଶୁଭାରମ୍ଭ ପାଇଁ ଏହି ସମୟ ଖୁବ୍ ଭଲ ରହିବ ବୋଲି ଜ୍ୟୋତିଷ ଶାସ୍ତ୍ର ଦ୍ୱାରା ବିବେଚନା କରାଯାଇଛି।

Leave A Reply

Your email address will not be published.