ଆଜି ବି ଅଲୋଡ଼ା ଶିଶୁକନ୍ୟା! ପାଇଖାନାରୁ ଉଦ୍ଧାର ହେଲା ନବଜାତ

ଓଏଲ୍ ବ୍ୟୁରୋ: ଆଜି ବି କଣ ଅବହେଳିତ ଶିଶୁକନ୍ୟା! ଆଜି ବି ଏ ଦୁନିଆଁ କଣ କନ୍ୟାକୁ ବୋଝ ବୋଲି ଭାବୁଛି। ସରକାରଙ୍କ ଯୋଜନା ପରେ ବି କାହିଁକି ଶିଶୁକନ୍ୟା ଜନ୍ମ ହେଲେ ବାପା ମା’ଙ୍କ ମନରେ ଦୁଃଖ ଆସିଯାଉଛି। ତେବେ ଏଭଳି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି, ଯାହା ଅତ୍ୟନ୍ତ ହୃଦୟବିଦାରକ। ପାଇଖାନାରୁ ନବଜାତ କନ୍ୟା ସନ୍ତାନ ଉଦ୍ଧାର ହୋଇଥିବା ଜଣା ପଡିଛି।
ନାରାୟଣପାଟଣା ଡମ୍ବସାହିରେ ଜଣଙ୍କ ଘର ପାଇଖାନାରୁ ନବଜାତ କନ୍ୟା ସନ୍ତାନ ଉଦ୍ଧାର କରାଯାଇଛି। ଘରର ମାଲିକ ଶିଶୁକନ୍ୟାକୁ ଉଦ୍ଧାର କରିଥିବା ସୂଚନା ଦେଇଛନ୍ତି। ତେବେ ଏଭଳି ଅମାନୁଷିକ କାର୍ଯ୍ୟ ଘଟାଇଥିବା ମଣିଷକୁ ଉପଯୁକ୍ତ ଦଣ୍ଡ ଦିଆଯିବ ଉଚିତ ବୋଲି ଘର ମାଲିକ ଅଭିଯୋଗ କରିଛନ୍ତି।