Odisha Link
Bridging the Missing Links in Odisha

ବାଣ କଟକଣା: ୧୦ଟା ପରେ ବାଣ ଫୁଟାଇଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ରାତି ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ଅନୁମତି ମିଳିଛି।

ଓଏଲ୍‌ ବ୍ୟୁରୋ: ଭାରତରେ ଆଲୋକର ପର୍ବ ଦୀପାବଳୀକୁ ବେଶ ଧୁମଧାମରେ ପାଳନ କରାଯାଏ। ମୁଖ୍ୟତଃ ଧନତେରାସ୍‌ଠୁ ଆରମ୍ଭ ହୋଇଯାଇଥାଏ ଦୀପାବଳୀ ପର୍ବ। ଦୀପାବଳୀରେ ଦୀପ ଜଳେଇବା ସାଙ୍ଗକୁ ବାଣ ମଧ୍ୟ ଫୁଟା ଯାଇଥାଏ। ହେଲେ ଚଳିତ ଥର ବାଣଫୁଟାରେ ଲାଗିଛି ସୁପ୍ରିମକୋର୍ଟଙ୍କ ଛାଟ। ଦେଶର ପ୍ରମୁଖ ସହର ଗୁଡ଼ିକରେ ବାୟୁ ପ୍ରଦୂଷଣର ମାତ୍ରା ଅହେତୁକ ବୃଦ୍ଧି ପାଇବାକୁ ନଜରର ରଖି ସୁପ୍ରିମକୋର୍ଟ ସୁପ୍ରିମ ରାୟ ଦେଇଛନ୍ତି।

ସୁପ୍ରିମକୋର୍ଟ ପ୍ରଦୂଷଣ ସୃଷ୍ଟିକାରୀ ବାଣ ଫୁଟାଇବା ଉପରେ କଟକଣା ଜାରି କରିଛନ୍ତି। ରାତି ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ଅନୁମତି ମିଳିଛି। ରାତି ୧୦ ପରେ ବାଣ ଫୁଟାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କମିଶନର ସୂଚନା ଦେଇଛନ୍ତି। ୧୨୫ ଡେସିବେଲ୍‌ରୁ ଅଧିକ ଶବ୍ଦଯୁକ୍ତ ବାଣ ଫୁଟାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଦୀପାବଳିରେ ଦୀପ ଜାଳି, ସବୁଜ ବାଣ ଫୁଟାଇବାକୁ ପୁଲିସ କମିଶନ ଅପିଲ୍ କରିଛନ୍ତି।

ଅନ୍ୟପଟେ, ସୁପ୍ରିମକୋର୍ଟଙ୍କ କଟକଣା ପରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଲୋକେ ଦୀପାବଳୀରେ କେଉଁ ବାଣ ଫୁଟାଇବେ ତାକୁ ନେଇ ବିତର୍କ ଆରମ୍ଭ ହୋଇଛି। ସୁପ୍ରିମକୋର୍ଟ କହିଛନ୍ତି, ୧୨୫ ଡେସିବିଲରୁ ଅଧିକ ଶଦ୍ଦ ପ୍ରଦୂଷଣ ବାଣ ଫୁଟିବ ନାହିଁ। ଅଧିକ ଶବ୍ଦ ଓ ପ୍ରଦୂଷଣ କରୁଥିବା ବାଣ ଫୁଟାଇପାରିବେ ନାହିଁ। ସବୁଜ ବାଣ ଫୁଟାଇବା ଉପରେ କୌଣସି ପ୍ରତିବନ୍ଧକ ନାହିଁ। ଅତ୍ୟଧିକ ପ୍ରଦୂଷଣ ସୃଷ୍ଟିକାରୀ ବାଣ ଉପରେ ବ୍ୟାନ ଲଗାଇଛନ୍ତି ସୁପ୍ରିମକୋର୍ଟ।

ଦୀପାବଳିରେ ଆପଣ କିପରି ସତର୍କ ରହିବେ ସେନେଇ ଅଗ୍ନିଶମ ବାହିନୀ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦୀପାବଳିରେ ବାଣ ଫୁଟାଇବାକୁ ନେଇ ଅଗ୍ନିଶମ ବାହିନୀ ନିର୍ଦ୍ଦେଶନାମା ଜାରି କରିଛି। କେମିତି ବାଣ ଫୁଟାଇବେ ଓ ଲୋକେ କେମିତି ଦୀପାବଳି ପାଳନ କରିବେ ସେ ନେଇ ଯତ୍ନବାନ ହେବେ। ଅଭିଭାବକଙ୍କ ଉପସ୍ଥିତିରେ ବାଣ ଫୁଟାଇବେ। ସିଧାସଳଖ ହାତରେ ଅଗ୍ନି ସଂଯୋଗ କରନ୍ତୁନି। ଗୃହପାଳିତ ପଶୁଙ୍କୁ ଦୂରେଇ ରଖନ୍ତୁ। ନିକଟରେ ପାଣି ବାଲ୍ଟି ଓ ବାଲି ରଖନ୍ତୁ। ବାଣ ଫୁଟାଇବା ସମୟରେ ସୂତା ବସ୍ତ୍ର ପରିଧାନ କରନ୍ତୁ। ଜନ ଗହଳି ସ୍ଥାନରେ ବାଣ ଫୁଟାନ୍ତୁ ନାହିଁ ବୋଲି କୁହାଯାଇଛି।

ସେହିପରି ବାଣ ଦୋକାନୀଙ୍କ ପାଇଁ ନିୟମ ଜାରି ହୋଇଛି। ବାଣ ଦୋକାନ ଚାରିପଟେ ପଲିଥିନ୍ ଓ ଦହନଶୀଳ ପଦାର୍ଥ ରଖିବେନି। ଦୋକାନ ପରସ୍ପରଠାରୁ ଅତି କମରେ ୧୦ ଫୁଟ୍ ଦୂରତା ରଖିବେ। କୌଣସି ତେଲ ଦୀପ, ଗ୍ୟାସ୍ ଦୀପ, ଖୋଲା ଲାଇଟ୍ ବ୍ୟବହାର କରାଯିବନି। କେବଳ ସ୍ୱୀକୃତିପ୍ରାପ୍ତ ଦୋକାନୀ ବାଣ ବିକିବେ। ଏହା ସହ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ବାଣ ଦୋକାନରେ କେବଳ ସବୁଜ ବାଣ ବିକ୍ରି ହେବ। ବୋରିୟମ ସଲ୍ଟ ଓ ରାସାୟନିକ ସାମଗ୍ରୀ ବ୍ୟବହାରକାରୀ ବାଣ ଉପରେ ରୋକ୍ ଲାଗିଛି।

Leave A Reply

Your email address will not be published.