Odisha Link
Bridging the Missing Links in Odisha

ଆସନ୍ତା ୨୩ରୁ ପାରାଦୀପ ବସ୍‌ଷ୍ଟାଣ୍ଡକୁ ଯିବନି ବସ୍‌

ଓଏଲ୍‌ ବ୍ୟୁରୋ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନଭେମ୍ବର ୨୭ରେ ଓଡ଼ିଶା ଆସୁଥିବା ସୂଚନା ମିଳିଛି। ରାଷ୍ଟ୍ରପତିଙ୍କ ପାରାଦୀପ ଗସ୍ତକୁ ଦୃଷ୍ଟିରେ ରଖି ନିରାପତ୍ତା ବ୍ୟବସ୍ଥା ପାଇଁ ଆସନ୍ତା ୨୩ରୁ ୨୭ ଯାଏ ପାରାଦୀପ ବସ୍‌ଷ୍ଟାଣ୍ଡକୁ ଯିବନି ବସ୍‌। ବସ୍‌ ଗୁଡ଼ିକ ମଧୁବନ ସ୍ଥିତ ଶ୍ରମିକ ଭବନ ଛକରୁ ଯାତାୟାତ କରିବ। ବସ୍‌ ଷ୍ଟପେଜ୍‌ର ସାମୟିକ ପରିବର୍ତ୍ତନ ନେଇ ବସ୍‌ ମାଲିକ ସଂଘ ସୂଚନା ଦେଇଛି।

ସୂଚନା ଅନୁସାରେ, ଆସନ୍ତା ୨୭ରେ ରାଷ୍ଟ୍ରପତି ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବେ। ରାଷ୍ଟ୍ରପତି ଓଡ଼ିଶା ଗସ୍ତ ସମୟରେ ଜନ୍ମମାଟି ରାଇରଙ୍ଗପୁର ଯିବେ। ରାଷ୍ଚ୍ରପତି ହେବା ପରେ ଜନ୍ମମାଟିକୁ ଏହା ହେବ ଦ୍ୱିତୀୟ ଗସ୍ତ। ତେବେ ରାଷ୍ଟ୍ରପତି ଭବନରୁ ବିଦ୍ଧିବଦ୍ଧ ଭାବରେ ଏନେଇ ସୂଚନା ପ୍ରକାଶ ପାଇଛି।

Leave A Reply

Your email address will not be published.