Odisha Link
Bridging the Missing Links in Odisha

ପରଲୋକରେ ସାହାରା ମୁଖ୍ୟ ସୁବ୍ରତ ରାୟ

ଓଏଲ୍‌ ବ୍ୟୁରୋ: ପରଲୋକରେ ଜଣାଶୁଣା ଶିଳ୍ପପତି ତଥା ସାହାରା ଇଣ୍ଡିଆ ମୁଖ୍ୟ ସୁବ୍ରତ ରାୟ। ମଙ୍ଗଳବାର ରାତିରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା। ଦୀର୍ଘଦିନ ଧରି ବିଭିନ୍ନ ରୋଗରେ ପୀଡିତ ଥିବା ସୁବ୍ରତଙ୍କର ମୁମ୍ବାଇରେ ଏକ ଘରୋଇ ଡାକ୍ତରଖାନାରେ ଦେହାନ୍ତ ହୋଇଛି।

ହୋଟେଲ ବ୍ୟବସାୟ, ଶିକ୍ଷା, ମନୋରଞ୍ଜନ, ପର୍ଯ୍ୟଟନ, ସ୍ୱାସ୍ଥ୍ୟସେବା, ମିଡିଆ ପରି କ୍ଷେତ୍ରରେ ସେ ପାଦ ଦେଇଥିଲେ। ତେବେ ବହୁ କ୍ଷତି ହେତୁ ସୁବ୍ରତ ରାୟ କିଛି ବର୍ଷ ପୂର୍ବେ ସାହାରା ଏୟାରଲାଇନ୍ସକୁ ବିକ୍ରି କରିଥିଲେ। ଉଲ୍ଲେଖ ଥାଉ କି ନିବେଶକଙ୍କ ହଜାର ହଜାର କୋଟି ଟଙ୍କାକୁ ନେଇ ସାହାରା ଗ୍ରୁପ୍ ଓ ସେବି ମଧ୍ୟରେ ବିବାଦ ଲାଗି ରହିଛି।

କୋର୍ଟ ଅବମାନନା ଅଭିଯୋଗରେ ସୁବ୍ରତ ରାୟଙ୍କୁ ୨୦୧୪ରେ ଗିରଫ କରାଯାଇଥିଲା। ୨୦୧୬ ପରଠାରୁ ସେ ଜାମିନରେ ଥିଲେ । ୨୦୧୨ ମସିହାରେ, ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ (ସେବି) ସୁବ୍ରତ ରାୟଙ୍କ ନାମରେ ଅଭିଯୋଗ ଆଣିଥିଲା। ବଜାର ନିୟମ ଉଲ୍ଲଂଘନ କରି ଚିଟ୍ ଫଣ୍ଡ ମାଧ୍ୟମରେ ଲକ୍ଷ ଲକ୍ଷ ଲୋକଙ୍କଠାରୁ ଟଙ୍କା ଜମା କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଏବଂ ପରେ ସୁବ୍ରତ ରାୟଙ୍କୁ ଏହି ମାମଲାରେ ଦୀର୍ଘ ସମୟ ଧରି ଜେଲରେ ରହିବାକୁ ପଡିଥିଲା।

Leave A Reply

Your email address will not be published.