ଲୋକସଭାରେ ପାରିତ ହେଲା ଜମ୍ମୁ-କାଶ୍ମୀର ସଂଶୋଧନ ବିଲ୍
ଓଏଲ୍ ବ୍ୟୁରୋ: ସଂସଦର ଶୀତ ଅଧିବେଶନ ଆରମ୍ଭ ହୋଇଥିବାବେଳେ ଡିସେମ୍ବର ୨୨ ତାରିଖ ଯାଏଁ ଚାଲିବ। ଏଥିରେ ମୋଟ ୧୫ଟି ସିଟିଂରେ ୧୯ଟି କାର୍ଯ୍ୟଦିବସ ରହିଛି। ଦୁଇଟି ଆର୍ଥିକ ବିଲ୍ ସହ ଅନ୍ୟାନ୍ୟ ବିଲକୁ ମିଶାଇ ୨୧ଟି ବିଲ୍ ଆଗତ ହେବାକୁ ଯାଉଛି। ତେବେ ଜମ୍ମୁ-କାଶ୍ମୀର ସଂଶୋଧନ ବିଲ୍ ଲୋକସଭାରେ ପାରିତ ହୋଇଛି।
ଜମ୍ମୁ-କାଶ୍ମୀର ପୁନର୍ଗଠନ ବିଲ୍ ମଧ୍ୟ ଲୋକସଭାରେ ପାରିତ ହୋଇଛି। ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହ ଦୁଇ ବିଲ୍ ଉପରେ ବିତର୍କ ଆରମ୍ଭ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ନେହରୁ ଐତିହାସିଲ ଭୁଲ କରିଥିଲେ। ନେହରୁ ସଠିକ ନିଷ୍ପତ୍ତି ନେଇଥିଲେ ଆଜି ପିଓକେ ଆମର ହୋଇଥାନ୍ତା ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହ କହିଛନ୍ତି।