Odisha Link
Bridging the Missing Links in Odisha

ଜେଲ୍‌ରୁ ମୁକୁଳି କ୍ୟାପିଟାଲ ଲ’ କଲେଜ ଗଲେ ଅର୍ଚ୍ଚନା ନାଗ

ଓଏଲ୍‌ ବ୍ୟୁରୋ: ଆଜି ସକାଳୁ ଜେଲ୍‌ରୁ ବାହାରିଲେ ଅର୍ଚ୍ଚନା ନାଗ। ହନିଟ୍ରାପ୍‌ କୁଇନ୍‌ ଭାବେ ଜଣା ୧୪ ମାସ ପରେ ଜେଲରରୁ ମୁକୁଳିଛନ୍ତି। ହାଇକୋର୍ଟରୁ ତାଙ୍କୁ ସର୍ତ୍ତମୂଳକ ଜାମିନ୍ ମିଳିବା ପରେ ସେ ଆଜି ମୁକୁଳିଛନ୍ତି। ତାଙ୍କୁ ଆଣିବା ପାଇଁ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ ଯାଇଥିଲେ। ଯାହାର ଦୃଶ୍ୟ କ୍ୟାମେରାରେ କଏଦ୍‌ ହୋଇଛି। ଏହା ସହ ଜେଲ୍‌ରୁ ମୁକୁଳି କ୍ୟାପିଟାଲ ଲ’ କଲେଜ ଗଲେ ଅର୍ଚ୍ଚନା ନାଗ। ପରୀକ୍ଷା ଦେବାକୁ ଅର୍ଚ୍ଚନା ନାଗ କ୍ୟାପିଟାଲ ଲ’ କଲେଜ ଯାଇଛନ୍ତି।

ଇଡି ମାମଲାରେ ତାଙ୍କୁ ହାଇକୋର୍ଟରୁ ତାଙ୍କୁ ଜାମିନ୍ ମିଳିଛି। ଇଡି ମାମଲାରେ ନୟାପଲ୍ଲୀ ଥାନା ଓ ଖଣ୍ଡଗିରି ଥାନା ମାମଲାରେ ମଧ୍ୟ ତାଙ୍କୁ ଜାମିନ୍ ମିଳିସାରିଛି। ଜେଲରୁ ମୁକୁଳିବା ପରେ ଅର୍ଚ୍ଚନା ନାଗ କହିଛନ୍ତି, ମାମଲାର ସବୁ ତଥ୍ୟ ସେ ମାନ୍ୟବର କୋର୍ଟଙ୍କୁ ଦେବେ। ନ୍ୟାୟ ପାଇଁ କୋର୍ଟର ଦ୍ୱାରସ୍ଥ ହେବେ ବୋଲି ଗଣମାଧ୍ୟମରେ କହିଛନ୍ତି ଅର୍ଚ୍ଚନା ନାଗ। ସେ ଆହୁରି କହିଛନ୍ତି, କୋର୍ଟଙ୍କ ସମସ୍ତ ନିୟମକୁ ପାଳନ କରିବେ ଏବଂ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ।

ସୂଚନାଥାଉକି, ଅର୍ଚ୍ଚନା ଓ ଅନ୍ୟମାନଙ୍କ ବିରୋଧରେ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା ନୟାପଲ୍ଲୀ ଥାନାରେ ଏତଲା ଦେଇଥିଲେ। ଆଇପିସିର ବିଭିନ୍ନ ଦଫା ସହିତ ଆଇଟି ଆକ୍ଟରେ ପୁଲିସ ଅର୍ଚ୍ଚନା ଓ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏଥି ସହିତ ଖଣ୍ଡଗିରି ଥାନାରେ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ଏତଲା ଆଧାରରେ ଅର୍ଚ୍ଚନା ଓ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ୨୦୨୨, ଅକ୍ଟୋବର ୬ରେ ଅର୍ଚ୍ଚନା ଗିରଫ ହୋଇ ଜେଲ ଯାଇଥିଲେ।