ଜଲସୁଛି ଶ୍ରୀକ୍ଷେତ୍ର; ଆରମ୍ଭ ହୋଇଛି ଦେବ ଦୀପାବଳି
ଓଏଲ୍ ବ୍ୟୁରୋ: ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଦେବ ଦୀପାବଳି ଉତ୍ସବ। ଏଥିପାଇଁ ବଡ଼ ଦେଉଳରେ ଦେଖିବାକୁ ମିଳିଛି ପ୍ରବଳ ଭିଡ଼। ତିନି ଦିନ ଧରି ପୁରୀରେ ଘରେ ଘରେ ଦୀପ ପ୍ରଜ୍ୱଳନ ହେବ। ଓଡ଼ିଶା ଇଣ୍ଟରନ୍ୟାସନାଲ ସେଣ୍ଟର ଓ ଛତିଶାନିଯୋଗ ପକ୍ଷରୁ ୧ ଲକ୍ଷ ଦୀପ ପ୍ରଜ୍ୱଳନ ହୋଇଛି। ଏଥିରେ ଭକ୍ତଙ୍କ ସହ ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ସ୍ୱେଚ୍ଛାସେବୀ ସଙ୍ଗଠନ ସାମିଲ ହୋଇଛି। ବିଶ୍ୱର ମଙ୍ଗଳ କାମନା କରି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମୂହ ଦୀପଦାନ କରାଯାଇଛି।
ମାର୍ଗଶୀର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରୁ ଆରମ୍ଭ ହୁଏ ଦେବ ଦୀପାବଳି ଉତ୍ସବ। ପିତୃପୁରୁଷଙ୍କୁ ପିଣ୍ଡ ଅର୍ପଣ କରିବେ ମହାପ୍ରଭୁ। ଏହି ଅବସରରେ ଶ୍ରୀବିଗ୍ରହଙ୍କ ଶ୍ରାଦ୍ଧ ବେଶ ଅନୁଷ୍ଠିତ ହେବ। ଆଜି ସନ୍ଧ୍ୟା ୫ଟାରୁ ରାତି ୭ଘଟିକା ପର୍ଯ୍ୟନ୍ତ ପବିତ୍ର ଦେବ ଦୀପାବଳୀ ଅବସରରେ ଏହି ଦୀପଦାନ କାର୍ଯ୍ୟକ୍ରମ ହେବ। ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମୂହ ଦୀପଦାନ କରାଯିବ। ଏହି ଅବସରରେ ଏକଲକ୍ଷ ଦୀପଶିଖାରେ ଝଲସୁଛି ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡ। ଶ୍ରୀମନ୍ଦିର ସିଂହଦ୍ୱାରଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡ ଦୀପମୟ ହୋଇଛି।