Odisha Link
Bridging the Missing Links in Odisha

ମାତିଛନ୍ତି ଲୁଟେରା; ଗୋଟିଏ ରାତିରେ ୫ଟି ଫ୍ଲାଟରେ କଳାକନା ବୁଲାଇଲେ ଚୋର!

ଓଏଲ୍‌ ବ୍ୟୁରୋ: ମାତିଛନ୍ତି ଦୁର୍ବୃତ୍ତ। ଆଜିକାଲି ଲୁଟେରା ମାନେ ବିଭିନ୍ନ ଉପାୟରେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ଅନଲାଇନ ଲୁଟିଲେଣି ତ କେତେବେଳେ ରାସ୍ତା କଡ଼ରୁ, ଏଭଳି ଘଟଣା ଅନେକ ସମୟରେ ସାମ୍ନାକୁ ଆସୁଛି। ଏଥିରେ ଶିକାର ହେଉଥିବା ଅନେକ ବ୍ୟକ୍ତି ଥାନାରେ ମଧ୍ୟ ଏତଲା ଦେଉଛନ୍ତି। ତେବେ ଏଥର ଭୁବନେଶ୍ୱରର ଗାଡ଼କଣ ସ୍ଥିତ ଏକ ଆପାର୍ଟମେଣ୍ଟରୁ ସିରିଜ ଚୋରି ହୋଇଛି। ଗୋଟିଏ ରାତିରେ ୫ଟି ଫ୍ଲାଟରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଆଲମିରା ଲକର ଭାଙ୍ଗି ସୁନାଗହଣା, ଟଙ୍କା ଚୋରି ଅଭିଯୋଗ ହୋଇଛି। ସିରିଜ ଚୋରି ନେଇ ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ କରାଯାଇଛି।