ଫେବ୍ରୁଆରୀ ୧୪ରେ ଯୁକ୍ତ ଦୁଇ ପରୀକ୍ଷା; ଜାନୁଆରୀ ପ୍ରଥମ ସପ୍ତାହରେ ପ୍ରାକ୍ଟିକାଲ ପରୀକ୍ଷା

ଓଏଲ୍ ବ୍ୟୁରୋ: ଜାନୁଆରୀରେ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆସନ୍ତା ୨୬ ତାରିଖରୁ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପଠାଯିବ ପରୀକ୍ଷା ସମ୍ପର୍କିତ ଫର୍ମ, ପ୍ରଶ୍ନପତ୍ର ଏବଂ ଉତ୍ତର ଖାତା। ଚଳିତ ମାସ ୩୧ ସୁଦ୍ଧା ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପହଞ୍ଚିବ ସାମଗ୍ରୀ। ଫେବ୍ରୁଆରୀ ୧୪ରେ ଯୁକ୍ତ ଦୁଇ ପରୀକ୍ଷା ହେବ।
ସୂଚନା ଅନୁଯାୟୀ, ମାର୍ଚ୍ଚ ୧୩ ଯାଏଁ ଯୁକ୍ତ ୨ ପରୀକ୍ଷା ଚାଲିବ। ଏପ୍ରିଲ ଶେଷ କିମ୍ବା ମେ ପ୍ରଥମ ସପ୍ତାହରେ ରେଜଲ୍ଟ ପ୍ରକାଶ ପାଇବ। ୨୦୨୩-୨୪ ଶିକ୍ଷାବର୍ଷ ଲାଗି ଏକାଡେମିକ୍ କ୍ୟାଲେଣ୍ଡର ପ୍ରକାଶ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ଯେଉଁଥିରେ ଯୁକ୍ତ ଦୁଇ ଲାଗି ଦୁଇ ବର୍ଷର ପାଠ୍ୟକ୍ରମ ସହ ପରୀକ୍ଷା ତାରିଖ ଏବଂ ଫଳାଫଳ ତାରିଖ ମଧ୍ୟ ସୂଚୀରେ ଉଲ୍ଲେଖ ରହିଛି।