ଆକ୍ସନ ମୋଡରେ ଆଇଟି ଦଳ; ୬ ଦିନ ରେଡ୍ ପରେ ଏବେ ୨ ମଦଭାଟି ମ୍ୟାନେଜରଙ୍କୁ ଜେରା

ଓଏଲ୍ ବ୍ୟୁରୋ: ଆକ୍ସନ ମୋଡରେ ଆୟକର ବିଭାଗ। ୬ ଦିନ ଲଗାତାର ଆଇଟି ରେଡ୍ ଶେଷ ହୋଇଛି। ଟିଟିଲାଗଡ଼ରେ ମଦ ବ୍ୟବସାୟୀଙ୍କ ଘରେ ଆଇଟି ରେଡ୍ ହୋଇଥିଲା। ଆୟକର ଫାଙ୍କି ଅଭିଯୋଗରେ ଉଭୟଙ୍କ ଘରେ ଆଇଟି ଚଢ଼ାଉ କରିଥିଲା। ୬ ଦିନ ରେଡ୍ ପରେ ଏବେ ୨ ମଦଭାଟି ମ୍ୟାନେଜରଙ୍କୁ ଜେରା କରାଯାଉଛି। ବଲାଙ୍ଗୀର ସୁଦପଡ଼ା ମଦଭାଟି ଛାଡ଼ିଲେ ଆଇଟି ଅଧିକାରୀ। ୬ ଦିନ ଧରି ଲଗାତାର ରେଡ୍ ପରେ ଆଜି ସୁଦପଡ଼ା ମଦଭାଟି ଛାଡ଼ିଲେ। ମଦଭାଟିର ୨ ମ୍ୟାନେଜରଙ୍କୁ ଅଜଣା ସ୍ଥାନରେ ଆଇଟିର ଜେରା କରୁଛି।
ସୂଚନା ଅନୁସାରେ, ଝାଡଖଣ୍ଡରୁ କଂଗ୍ରେସ ରାଜ୍ୟସଭା ସାଂସଦ, ଧୀରଜ ପ୍ରସାଦ ସାହୁ ଓ ତାଙ୍କ ଘନିଷ୍ଠ ସହଯୋଗୀଙ୍କ ବାସଭବନରେ ଆୟକର ବିଭାଗ ୫ଦିନ ଧରି ଚଢ଼ଉ କରିଥିଲା। ଏହି ଚଢ଼ଉ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡସ୍ଥିତ ସାହୁ ଗ୍ରୁପର କମ୍ପାନିରେ ହୋଇଥିଲା। ଆୟକର ବିଭାଗର ଅଧିକାରୀମାନେ ଓଡ଼ିଶା ଓ ଝାଡ଼ଖଣ୍ଡରୁ ଏପର୍ଯ୍ୟନ୍ତ ମୋଟ ୪୫୪ କୋଟି ୫୦ ଲକ୍ଷ ଟଙ୍କା ଜବତ କରିଥିବା ଜଣାପଡ଼ିଛି।