Odisha Link
Bridging the Missing Links in Odisha

ହୁ ହୁ ହୋଇ ବଢୁଛି ସୁନାଦର; ରୂପା ଦରରେ ବି ବଡ଼ ପରିବର୍ତ୍ତନ

ଓଏଲ୍‌ ବ୍ୟୁରୋ: ବଢ଼ିଚାଲିଛି ସୁନା ଦର। ସର୍ବାଧିକ ସ୍ତରରେ ପହଞ୍ଚିଲା ସୁନା ଦର। ସର୍ବକାଳୀନ ରେକର୍ଡ଼ ଭାଙ୍ଗିଲା ଦର। ଅନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି ଯୋଗୁଁ ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୬୮,୮୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୭୨ ହଜାର ୨୪୦ ଟଙ୍କା ରହିଛି।

ସୁନାର ଏହି ଦର ସର୍ବକାଳୀନ ରେକର୍ଡ କୁହାଯାଉଛି। ତେବେ ସବୁଠାରୁ କୌତୂହଳର ବିଷୟ ହେଉଛି ଯେ, ମାତ୍ର ମାସକ ମଧ୍ୟରେ ବଜାରରେ ସୁନା ମୂଲ୍ୟ ୬ ହଜାର ଟଙ୍କା ମହଙ୍ଗା ହୋଇଛି। ସେହିପରି ରୂପା ମୂଲ୍ୟ ୧ କିଲୋଗ୍ରାମ ପ୍ରତି ୭୯ ହଜାର ଟପିଛି। ତେବେ ମଧ୍ୟମ ଶ୍ରେଣୀର ବ୍ୟକ୍ତିଙ୍କ ଉପରେ ଏହାର ବିଶେଷ ପ୍ରଭାବ ପଡିଥିବା ସ୍ପଷ୍ଟ ହୋଇଛି।