Odisha Link
Bridging the Missing Links in Odisha

ଅକ୍ଷୟ ତୃତୀୟା ପୂର୍ବରୁ କମିଲା ସୁନା ଦର; ଜାଣନ୍ତୁ ଆଜିର ଦର କେତେ..

ଓଏଲ୍‌ ବ୍ୟୁରୋ: ଗତ କିଛି ଦିନ ହେବ ସୁନା ଦର ବଢ଼ିଚାଲିଥିଲା। ତେବେ ଆଜି ଗ୍ରାହକଙ୍କ ପାଇ ଏକ ପ୍ରକାର ଖୁସି ଖବର ଆସିଛି। କମିଲା ସୁନା ଓ ରୂପା ଦର। ନିର୍ବାଚନ ଋତୁ ଚାଲିଥିବା ବେଳେ ସୁନାଦର କମିଛି। ଲଗାତର ସୁନାଦର ବୃଦ୍ଧି ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିଲା। ଆଗକୁ ଅକ୍ଷୟ ତୃତୀୟା ଥିବାବେଳେ ଆଜି ସୁନାଦରରେ ହ୍ରାସ ପାଇବା ପରେ ଗ୍ରାହକଙ୍କ ମଧ୍ଯରେ ଆଶ୍ଵସ୍ତି ଆଣିଛି। ଭାରତୀୟ ବଜାରରେ ଆଜି ସୁନା ଓ ରୂପା ଦର ହ୍ରାସ ପାଇଛି।

ଯାହାକି ଭୁବନେଶ୍ଵରରେ ମଧ୍ଯ ଦେଖିବାକୁ ମିଳିଛି। ହେଲେ ସୁନା ଦର ଏବେ ବି ଅଧିକ ରହିଛି। ସେହିପରି ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୬, ୦୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୭୨, ୦୫୦ ଟଙ୍କା ରହିଛି। ତେବେ ଅକ୍ଷୟ ତୃତୀୟ ପୂର୍ବରୁ ସୁନା ଦର କମିବା ପରେ ଗ୍ରାହକଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ହୋଇଛି।