ଆଜି ସରିବ କଟକର ଐତିହାସିକ ବାଲିଯାତ୍ରା

କଟକ: ଦିର୍ଘ ୮ଦିନ ଚାଲିଥିବା କଟକର ଐତିହାସିକ ବାଲିଯାତ୍ରା ଆଜି ଶେଷ ହେବ। ରାଜ୍ୟର ଏହି ସର୍ବବୃହତ ବାଣିଜ୍ୟିକ ମେଳା ମହାନଦୀ ପଠାରେ ଚାଲି ଆସୁଥିଲା। ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପକ୍ଷରୁ ବାଲିଯାତ୍ରାକୁ ଜାତୀୟ ସ୍ଥରୀୟ ବାଣିଜ୍ୟ ମେଳାର ମଧ୍ୟ ପ୍ରଦାନ କରାଯାଇଛି। ନଭେମ୍ବର ୧୨ତାରିଖରୁ ଆରମ୍ଭ ହୋଇଥିଲା ବାଲିଯାତ୍ରା ମହୋତ୍ସବ।
ଚଳିତ ବର୍ଷ ବାଲିଯାତ୍ରାରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା। ରାଜ୍ୟ ତଥା ରାଜ୍ୟ ବାହାରୁ ବହୁସଂଖ୍ୟାରେ ବ୍ୟବସାୟୀ ମାନେ ଏଠାରେ ପସରା ମେଲାଇ ଭଲ ବ୍ୟବସାୟ କରିଥିବା କହିଛନ୍ତି। ପ୍ରତି ସନ୍ଧ୍ୟାରେ ଗଣକବି ବୈଷ୍ଣବ ପାଣି ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଓରମାସ ଓ ଖାଦ୍ୟ ଷ୍ଟୋର ଗୁଡିକରେ ଅସମ୍ଭବ ଭିଡ ଦେଖିବାକୁ ମିଳିଥିଲା। ତେବେ ଆଜି ବାଲିଯାତ୍ରା ଶେଷ ହେଉଥିବାରୁ ଶେଷ ଦିନରେ ପ୍ରବଳ ଭିଡର ସମ୍ଭାବନା ରହିଛି। ଭିଡ ନିୟନ୍ତ୍ରଣ ଓ ଟ୍ରାଫିକ୍ ଜାମରୁ ମୁକୁଳିବା ପାଇଁ କମିଶନରେଟ୍ ପୋଲିସ ଆଗୁଆ ପଦକ୍ଷେପ ସହ ବ୍ୟାପକ ବ୍ୟବସ୍ଥା କରାଯାଇଛି।