Odisha Link
Bridging the Missing Links in Odisha

ସୁନା ବ୍ୟବସାୟୀଙ୍କୁ ଛୁରାମାଡ

ରାଉରକେଲା: ରାଉରକେଲାରେ ସୁନା ବ୍ୟବସାୟୀଙ୍କୁ ଛୁରାମାଡ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ବ୍ୟବସାୟୀ ବିନାୟକ ପ୍ରସାଦଙ୍କୁ (ଆଇଜିଏଚ)ରେ ଭର୍ତ୍ତି କରାଯାଇଛି। ବିନାୟକଙ୍କ ଶରୀରର ପାଞ୍ଚଟି ସ୍ଥାନରେ ଛୁରାମାଡ କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି।
ମିଳିଥିବା ସୂଚନା ଅନୁସାରେ ରାଉରକେଲା ମୁଖ୍ୟ ବଜାରରେ ଥିବା ନିଜ ଦୋକାନରୁ ଘରକୁ ଫେରୁଥିବା ସମୟରେ ବ୍ୟବସାୟୀ ବିନାୟକ ପ୍ରସାଦଙ୍କୁ ଛୁରାମାଡ ହୋଇଛି। ଗୋଲଘର ନିକଟ ଗଞ୍ଜାମପଲ୍ଲୀ ନିକଟରେ ସୁନା ବ୍ୟବସୟୀଙ୍କ ଉପରେ ଛୁରାମାଡ ହୋଇଛି। ବ୍ୟବସାୟିକ ଶତ୍ରୁତାକୁ କେନ୍ଦ୍ର କରି ଛୁରାମାଡ କରାଯାଇଥିବା ସନ୍ଦେହ କରାଯାଉଛି। ପ୍ଲାଣ୍ଟସାଇଟ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

Comments are closed.