Odisha Link
Bridging the Missing Links in Odisha

୧୨ ଘଣ୍ଟିଆ ଅତାବିରା ବନ୍ଦ ଡାକରା

ବରଗଡ: ଟୋକନ ବ୍ୟବସ୍ଥାକୁ ବିରୋଧ କରି ୧୨ ଘଣ୍ଟିଆ ଅତାବିରା ବନ୍ଦ ଡାକରା ଦିଆଯାଇଛି। ରାଜ୍ୟ କୃଷକ ସଙ୍ଗଠନ ପକ୍ଷରୁ ବନ୍ଦ ପାଳନ ପାଇଁ ଆହ୍ବାନ। ବନ୍ଦ ଡାକରା ଫଳରେ ସମସ୍ତ ସରକାରୀ ଓ ବେସରକାରୀ ଅଫିସ ବନ୍ଦ ରହିଛି। ସ୍କୁଲ କଲେଜ, ଦୋକାନ ବଜାର ବନ୍ଦ କରାଯାଇଥିବା, ବେଳେ ଯାନବାହନ ଚଳାଚଳ ସ୍ବାଭାବିକ ରହିଛି।
ମିଳିଥିବା ସୂଚନା ଅନୁସାରେ ଟୋକନ ବ୍ୟବସ୍ଥା ବିରୋଧ କରି ୧୨ଘଣ୍ଟିଆ ଅତବାରି ବନ୍ଦ ଡାକରା ଦିଆଯାଇଛି ।ଗତକାଲି ବରଗଡ ଜିଲ୍ଲା ଯୋଗାଣ ଅଧିକାରୀ, ଉପନିବନ୍ଧକ ସମବାୟ ସମିତି ସମୂହଙ୍କ କାର୍ଯ୍ୟାଳୟରୁ ଧସେଇ ଚାଷୀ ପଶିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମଧ୍ୟ ତାଲା ପକାଇ ଦେଇଥିଲେ ଚାଷୀ। ସେହିଭଳି ଆତବିରା ଓ ଭେଡେନ୍‌ରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ତାଲା ପକାଇବା ସହ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ କୁଶପୁତ୍ତଳିକା ଦାହ କରିଥିଲେ।

Comments are closed.