Odisha Link
Bridging the Missing Links in Odisha

ବସ ଓ ଟ୍ରକ ମୁହାଁମୁହିଁ ଧକ୍କା

ବାଲେଶ୍ୱର: ବାଲେଶ୍ୱର ତେଲିପାଳ ଆଶ୍ରମ ସ୍କୁଲ ନିକଟରେ ଆଜି ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ ଓ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ୧୪ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ସମସ୍ତ ଗୁରୁତର ଆହତଙ୍କୁ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ ଆଜି ଭୋର ସମୟରେ ଏକ ଘରୋଇ ଯାତ୍ରୀବାହୀ ବସ ତେଲିପାଳ ଆଶ୍ରମ ସ୍କୁଲ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଉକ୍ତ ଘଟଣା ପରେ ସ୍ଥାନୀୟଲୋକେ ଟ୍ରକ ଚାଳକ ସହ ପାଟି ତୁଣ୍ଡ କରିବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବସ୍‍ ଟି ବାଲେଶ୍ୱରରୁ ଉଦଳା ଯାଉଥିଲା।

Comments are closed.