Odisha Link
Bridging the Missing Links in Odisha

ବିଏମ୍‌ସି ପକ୍ଷରୁ ବର୍ଜ୍ୟବସ୍ତୁ ପରିଚାଳନା ଯନ୍ତ୍ରପାତି ଏକ୍ସ-ପୋ

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ଆୟୋଜନ କରୁଅଛି ବର୍ଜ୍ୟବସ୍ତୁ ପରିଚାଳନା ଯନ୍ତ୍ରପାତି ଏକ୍ସ-ପୋ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମିଳିତ ସହଯୋଗରେ ସହରାଞ୍ଚଳ ବିକାଶ ପରିସରରେ ଏହି ଏକ୍ସ-ପୋ ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବ। ଏଥିନିମନ୍ତେ ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥାର ଦକ୍ଷତା ବୃଦ୍ଧି ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରାଯିବ। ଏହି ଏକ୍ସ-ପୋ ସକାଳ ୯ରୁ ଅପରାହ୍ନ ୪ଟା ଯାଏଁ ଖୋଲା ରହିବ।

ଏଥିରେ ୨୦ଟି ଷ୍ଟଲ୍‌ରେ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର୍‌ ଓ ମ୍ୟାଟେରିଆଲ ରିକଭରି ଫାସିଲିଟି ସେଣ୍ଟର୍‌ ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ଯନ୍ତ୍ରପାତି ସ୍ଥାନ ପାଇବ। ଏହାର ଆବଶ୍ୟକତା ଓ ବ୍ୟବହାର ନେଇ ସୂଚନା ଉପଲବ୍ଧ ହେବ। ଅଣ-ଓସାରିଆ ରାସ୍ତାରେ ପଶି ବର୍ଜ୍ୟବସ୍ତୁ ସଂଗ୍ରହ କରିବା ଭଳି ବ୍ୟାଟେରିଚାଳିତ ଗାଡ଼ି ସହ ନାପ୍‌କିନ୍‌ ଇନ୍‌ସିନେଟର୍‌, ୨୦-୨୫ କିଲୋଗ୍ରାମ୍‌ କ୍ଷମତା ବିଶିଷ୍ଟ ପ୍ଲାଷ୍ଟିକ୍‌ ବର୍ଜ୍ୟ ନିମନ୍ତେ ବେଲ୍ଟିଂ ୟୁନିଟ୍‌ ମଧ୍ୟ ଏଥିରେ ସ୍ଥାନ ପାଇବ।

Comments are closed.