Odisha Link
Bridging the Missing Links in Odisha

ରାଜ୍ୟରେ ୬୩ କୃଷି ଫାର୍ମ ଓ ୮୫ ଉଦ୍ୟାନ କୃଷି ଫାର୍ମ ଅଛି: କୃଷିମନ୍ତ୍ରୀ

ଭୁବନେଶ୍ବର: ବିଧାନସଭା ଶୀତ ଅଧିବେଶନର ଆଜି ୭ମ ଦିନ। ଆଜି ବିଧାନସଭା ପ୍ରଶ୍ନୋତ୍ତର କାଳରେ କୃଷି ବିଭାଗ ପ୍ରଶ୍ନର ଉତ୍ତର ରଖିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ। ରାଜ୍ୟରେ ୬୩ କୃଷି ଫାର୍ମ ଓ ୮୫ ଉଦ୍ୟାନ କୃଷି ଫାର୍ମ ଅଛି। ସେଥିରୁ ୪ କୃଷି ଫାର୍ମ ଓ ୫ ଉଦ୍ୟାନ କୃଷି ଫାର୍ମ ଅଚଳ ହୋଇ ପଡିଛି ବୋଲି କହିଛନ୍ତି। ସେଗୁଡିକୁ ଆଉ ପୁନରୁଦ୍ଧାର କରାଯିବ ନାହିଁ।
ରାଷ୍ଟ୍ରୀୟ କୃଷି ବୀମା ଯୋଜନାରେ ୯ କୋଟି ୯୦ ଲକ୍ଷ ୮୪ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ୨୦୧୬-୧୮ରେ ୩୧ ଫାର୍ମ ୧୬ କୋଟି ଲକ୍ଷ ଖର୍ଚ୍ଚ ହୋଇଛି। କେନ୍ଦ୍ର ସରକାର ୧୨ କୋଟି ୬୪ ଲକ୍ଷ ଅନୁଦାନ ଦେଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ସେପଟେ ବିରୋଧୀ ବିଜେପି ପକ୍ଷରୁ ମୁଲତବୀ ନୋଟିସ ଅଣାଯାଇଛି। ଲଘୁ ଖଣିଜ ସମ୍ପଦର ବେଆଇନ ଖନନ, ଯାଜପୁର ଡଙ୍କାରୀ ପାହାଡ କେଳେଙ୍କାରୀ ଯୋଗୁଁ ବ୍ୟାପକ ରାଜସ୍ବ ହାନି ସଂପର୍କରେ ଏହି ମୁଲତବି ନୋଟିସ୍ ଆସିଛି।

Comments are closed.