Odisha Link
Bridging the Missing Links in Odisha

ଆଜିଠୁ ଦୁଇ ଦିନିଆ ବଲାଙ୍ଗିର ବନ୍ଦ ଡାକରା

ବଲାଙ୍ଗୀର: ତିନୋଟି ପ୍ରମୁଖ ଦାବିରେ ଦୁଇ ଦିନିଆ ବଲାଙ୍ଗିର ବନ୍ଦ ପାଳନ କରାଯାଉଛି । ବଲାଙ୍ଗୀର ଏକ୍ସନ କମିଟି ସମେତ ଅନ୍ୟାନ୍ୟ ଅନୁଷ୍ଠାନ ଓ ବଲାଙ୍ଗୀର ବାସୀଙ୍କ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି।
ମିଳିଥିବା ସୂଚନା ଅନୁସାରେ ଆଜି ଓ ଆସନ୍ତାକାଲି ଧରି ଦୁଇ ଦିନ ଧରି ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ । ବଲାଙ୍ଗୀର ଠାରେ ହାଇକୋର୍ଟର ସ୍ଥାୟୀ ବ୍ୟାଞ୍ଚ ପୁନଃ ସ୍ଥାପନ, ଲୋୟର ସୁକତେଲ ପ୍ରକଳ୍ପ ଓ ବାଇପାସ ରାସ୍ତାର କାମ ତ୍ବାରାନ୍ବିତ ଦାବିରେ ବଲାଙ୍ଗୀର ବନ୍ଦ ପାଳନ କରାଯାଉଛି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ ଅଫିସ, କୋର୍ଟ, ବ୍ୟାଙ୍କ, ବୀମା, ପୋଷ୍ଟ ଅଫିସ ଓ ଅନ୍ୟାନ୍ୟ ବେସରକାରୀ ଅଫିସ ବନ୍ଦ ରହିଛି। ଆକ୍ସନ କମିଟି ସହ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତା ବନ୍ଦ ପାଳନରେ ସାମିଲ ହୋଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ସହରର ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇଛି।

Comments are closed.