କରୋନା: ଭାରତରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି

ଓଏଲ୍ ବ୍ୟୁରୋ: ଗୋଟିଏ ପଟେ ମହାମାରୀ କରୋନା ଭୂତାଣୁ ସହ ଭାରତର ଲଢ଼େଇ ଜାରିଥିବା ବେଳେ ଏ ନେଇ ମୃତ୍ୟୁ ସଂଖ୍ୟା ବଢ଼ିଛି। ଆଜି ଦେଶବ୍ୟାପୀ ଜନତା କର୍ଫ୍ୟୁ ପାଳନ ବେଳେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ରୁ ୭କୁ ବୃଦ୍ଧି ପାଇଛି। ଏଯାଏଁ ଭାରତରେ ମୋଟ ୩୨୪ ଜଣଙ୍କ ଏହି ଜୀବନନାଶକ ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।
ଗୁଜରାଟରେ ପ୍ରଥମ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି।