Odisha Link
Bridging the Missing Links in Odisha

କମ୍ପିଲା ଆକାଶ: ତାଳି, ଥାଳି, ଘଣ୍ଟ ବଜାଇ କୃତଜ୍ଞତା ଜଣାଇଲେ ଜନତା

ଭୁବନେଶ୍ବର: ଆଜି ଦିବସବ୍ୟାପୀ ଦେଶ ସାରା ଜନତା କର୍ଫ୍ୟୁ ଜାରି ହୋଇଥିବା ବେଳେ ଦେଶବାସୀ ସ୍ବତଃସ୍ଫୂର୍ତ୍ତ ଭାବେ ଏଥିରେ ଯୋଗ ଦେଇଥିଲେ। କରୋନା ଭଳି ମହାମାରୀ ସହ ଲଢ଼େଇରେ ସାମିଲ ସରକାରୀ କର୍ମଚାରୀ, ଡାକ୍ତର ଓ ଅନ୍ୟ ଜରୁରୀ ସେବାପ୍ରଦାନକାରୀଙ୍କ ପାଇଁ କୃଜ୍ଞତାର ୫ ମିନିଟ୍‌ ଦେଇଛନ୍ତି ଦେଶବାସୀ।

ସଂଧ୍ୟା ୫ଟାରେ ୫ ମିନିଟ୍‌ ଯାଏଁ କମ୍ପି ଉଠିଥିଲା ଭାରତର ଆକାଶ। ଗାଁ, ସହର ସବୁଠି ଲୋକାମନେ ଘର ବାହାରକୁ ବା ବାଲକୋନୀକୁ ବା ଛାତ ଉପରକୁ ଆସି ତାଳି ବଜାଇବା, ଥାଳି ବାଡ଼େଇବା ଓ ଘଣ୍ଟ, ଘଣ୍ଟି, ଶଙ୍ଖ, ମୃଦଙ୍ଗ ଆଦି ବଜାଇ ନିଜର କୃତଜ୍ଞତା ପ୍ରକାଶ କରିଛନ୍ତି।

ଓଡ଼ିଶାରେ ଲୋକଙ୍କର ବେଶ୍‌ ସହଯୋଗ ଦେଖିବାକୁ ମିଳିଛି। ଆପାର୍ଟମେଣ୍ଟ କମ୍ପ‌ଳେକ୍ସ ଠାରୁ ଆରମ୍ଭ କରି ବିଭିନ୍ନ ଆବାସିକ ଅଞ୍ଚଳ ଓ ବସ୍ତିରେ ମଧ୍ୟ ଲୋକେ କୃତଜ୍ଞତା ଜଣାଇବା ପାଇଁ ଆଗେଇ ଆସିଥିଲେ। ସାରା ସହରର ଆକାଶରେ ଏକ ଅପୂର୍ବ ଶବ୍ଦର ତରଙ୍ଗ ଖେଳିଯାଇଥିଲା। ଜନତାଙ୍କ ସମୁହ ଶବ୍ଦରେ ଏକ କମ୍ପନ ସହରକୁ ଘେରି ରଖିଥିଲା।

ଏହି ସମୁହ ତାଳି-ଥାଳି ଶବ୍ଦରେ ଜନତାଙ୍କ ସମେତ ରାଜନେତା, ବୁଦ୍ଧିଜୀବୀ ଓ ସେଲିବ୍ରିଟି ମଧ୍ୟ ସାମିଲ ହୋଇଥିଲେ। ଓଡ଼ିଶା ସଚିବାଳୟ ବାହାରେ ମଧ୍ୟ ରାଜ୍ୟର ବରିଷ୍ଠ ଅଧିକାରୀଙ୍କୁ ଏକତ୍ର ତାଳି ବାଡ଼େଇବାର ଦେଖିବାକୁ ମିଳିଥିଲା।

Comments are closed.