Odisha Link
Bridging the Missing Links in Odisha

କରୋନା ସତର୍କତା: ମାର୍ଚ୍ଚ ୩୧ ଯାଏ ବାହାର ରାଜ୍ୟକୁ ଗଡ଼ିବନି ବସ

ଭୁବନେଶ୍ୱର: କରୋନା ଭାଇରସର ମୁକାବିଲା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ରର ମୋଦି ଦେଶବାସୀଙ୍କୁ ଜନତା କର୍ଫ୍ୟୁ ପାଇଁ ଆହ୍ୱାନ କରିଛନ୍ତି। ଏଥିପାଇଁ ଆଜି ଗାଁ ଠୁ ସହର ସବୁଠି ଶୁନଶାନ ଦୃଶ୍ୟ ଦେଖିବାକୁ ମିଳିଛି। ଏପରିକି ସାରା ରାଜ୍ୟରେ ବସ ସେବା ବନ୍ଦ ରହିଛି।

ଅପରପକ୍ଷରେ କରୋନା ସତର୍କତା ପାଇଁ ବସ୍‌ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ଆନ୍ତଃରାଜ୍ୟ ବସ୍‌ ଚଳାଚଳ ଉପରେ ରୋକ୍‌ ଲାଗିଛି। ଆଜିଠୁ ମାର୍ଚ୍ଚ ୩୧ ତାରିଖ ଯାଏଁ ଓଡ଼ିଶାରୁ ଅନ୍ୟ କୌଣସି ରାଜ୍ୟକୁ ବସ୍‌ ଚଳାଚଳ କରିବ ନାହିଁ। ଏନେଇ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

କରୋନା ଆକ୍ରାନ୍ତ ଏବଂ ମୃତ୍ୟୁ ସଂଖ୍ୟା ଭାରତରେ ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟାପକ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଆଜି ସାରା ଦେଶରେ ଜନତା କର୍ଫ୍ୟୁ ପାଳନ କରାଯାଉଥିବା ବେଳେ ୨୯ ଯାଏଁ ରାଜ୍ୟ ସରକାର ୫ ଜିଲ୍ଲା ଓ ୮ ସହରରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି।

Comments are closed.