Odisha Link
Bridging the Missing Links in Odisha

ଦେଶ କରୋନା ସହ ଲଢ଼ୁଥିବା ବେଳେ ୧୭ ସିପାହୀଙ୍କୁ ହତ୍ୟା କଲେ ନକ୍ସଲ

ମାଲକାନଗିରି: ସାରା ଦେଶ ଭୟଙ୍କର କରୋନା ଭୂତାଣୁ ସହ ଲଢ଼େଇ କରୁଛି। ପ୍ରଶାସନ, ପୁଲିସ, ଡାକ୍ତର, ରାଜନେତା, ବୈଜ୍ଞାନିକ, ସାମ୍ବାଦିକ ଓ ସବୁ ବର୍ଗର ଜନତା କରୋନା ଲଢ଼େଇରେ ବ୍ୟସ୍ତ ଥିବା ବେଳେ ପୁଣି ନିଜର ହିଂସ୍ର ଭୀରୁତା ପ୍ରଦର୍ଶନ କରିଛନ୍ତି ନକ୍ସଲ।

ଓଡ଼ିଶା ସୀମାନ୍ତ ସୁକମାରେ ଶନିବାର ଦିନ ନକ୍ସଲ ଆକ୍ରମଣରେ ୧୭ ଜଣ ସୁରକ୍ଷାକର୍ମୀ ଶହୀଦ ହୋଇଥିବା ବେଳେ ୧୪ ଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଗତକାଲି ଠାରୁ ଏହି ୧୭ ଜଣ ସୁରକ୍ଷାକର୍ମୀ ନିଖୋଜ ଥିବା ବେଳେ ଆଜି ସେମାନଙ୍କ ଶବ ଉଦ୍ଧାର କରାଯାଇଛି। ଜଙ୍ଗଲ ଭିତରୁ ଆହତମାନଙ୍କୁ ହେଲିକପ୍ଟର ଯୋଗେ ଉଦ୍ଧାର କରି ରାୟପୁରକୁ ଚିକିତ୍ସା ପାଇଁ ପଠାଯାଇଛି।

ଏଯାଏଁ ସର୍ଚ୍ଚ ଅପରେସନ୍‌ ଜାରି ଥିବା ବେଳେ ଅଧିକ ମୃତାହତ ଆଶଙ୍କା କରାଯାଉଛି। ଶନିବାର ଅପରାହ୍ନରେ ଏହି ସୁରକ୍ଷାକର୍ମୀମାନେ ଏକ ନକ୍ସଲ ଦଳ ସହ ମୁହାଁମୁହିଁ ହୋଇଥିଲେ।

Comments are closed.