Odisha Link
Bridging the Missing Links in Odisha

ମାର୍ଚ୍ଚ ୩୧ ଯାଏଁ ଦେଶରେ ସବୁ ଟ୍ରେନ୍‌ ବାତିଲ

ନୂଆଦିଲ୍ଲୀ: କରୋନା ଭୂତାଣୁର ଭୟାବହତାକୁ ଦୃଷ୍ଟିରେ ରଖି ଦେଶରେ ରେଳ ଚଳାଚଳ ଆଜି ଠାରୁ ବାତିଲ କରାଯାଇଛି। ଏହି ବାତିଲ ମାର୍ଚ୍ଚ ୩୧ ଯାଏଁ ଦେଶରେ କୌଣସି ଯାତ୍ରୀବାହୀ ଟ୍ରେନ୍‌ ଚାଲିବନାହିଁ ବୋଲି ରେଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

୧୨ ଜଣ ରେଳ ଯାତ୍ରୀଙ୍କ ଠାରେ କରୋନା ଭୂତାଣୁ ମିଳିବା ପରେ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଦେଶର ସର୍ବାଧିକ ଲୋକ ରେଳ ଯୋଗେ ଯାତ୍ରା କରୁଥିବା ବେଳେ ଏଥଇରେ ସଂକ୍ରମଣର ସଂଭାବନା ଅଧିକ ରହିଛି। ଏହାକୁ ଦୃଷ୍ଟିରେ ରଖି ରେଳଯାତ୍ରା ବନ୍ଦ କରାଯାଇଛି। ତେବେ ମାଲ୍‌ବାହୀ ଟ୍ରେନ୍‌ ଚଳାଚଳ ଯଥାପୂର୍ବ ଚାଲୁରହିବ ବୋଲି କୁହାଯାଇଛି।

ଆଜି ସକାଳେ ବା ତା ପୂର୍ବରୁ ଯେଉଁ ଟ୍ରେନ୍‌ ସବୁ ଯାତ୍ରା ଆରମ୍ଭ କରିଥିଲେ, ସେସବୁ ଯାତ୍ରା ସମାପ୍ତ ଯାଏଁ ଚାଲିବେ। ଅନ୍ୟ ସମସ୍ତ ଟ୍ରେନ୍‌ ତୁରନ୍ତ ବାତିଲ କରାଯାଇଛି। ରେଳ ଟିକେଟ୍‌ ବାତିଲ ନିୟମ କୋହଳ କରାଯାଇଛି। ଯାତ୍ରୀମାନଙ୍କୁ ପୂର୍ଣ୍ଣ ଅର୍ଥ ଫେରସ୍ତ ଦିଆଯିବ।

ମାର୍ଚ୍ଚ ୩୧ ତାରିଖ ଯାଏଁ କୋଲକାତା ମେଟ୍ରୋ ଚଳାଚଳ ମଧ୍ୟ ବନ୍ଦ ରହିବ।