ଦିନକ ପରେ ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: ଦିନକ ପରେ ପୁଣି ଥରେ ଦେଶରେ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର। ଆଜି ପେଟ୍ରୋଲ ଦରରେ ୫ ପଇସା ଓ ଡିଜେଲରେ ୧୩ ପଇସା ବୃଦ୍ଧି ପାଇଛି। ଯାହା ଫଳରେ ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୦ଟଙ୍କା ୪୩ ପଇସା ହୋଇଛି। ସେହିପରି ଡିଜେଲ ଦର ୮୦ ଟଙ୍କା ୫୩ ପଇସାରେ ପହଁଞ୍ଚିଛି।
ଦେଶରେ ଲଗାତାର ୨୧ ଦିନ କ୍ରମାଗତ ଭାବେ ତେଲ ଦର ଉପର ମୁହାଁ ହୋଇଥିଲା। ହେଲେ ୨୨ ଦିନ ଅର୍ଥାତ୍ ଗତକାଲି ରବିବାରରେ ତେଲ ଦର ବୃଦ୍ଧି ପାଇନଥିଲା। ହେଲେ ଦିନକ ପରେ ପୁଣି ଥରେ ତେଲ ଦର ବୃଦ୍ଧି ପାଇଛି।