ଲୋକଙ୍କ ବିଶ୍ବାସ, ବେଙ୍ଗ ନାଚିଲେ ବର୍ଷା ହେବ

କଟକ: ଆଧୁନିକ ଯୁଗରେ ମଣିଷ ସମାଜ। ହେଲେ ପୁରୁଣାକାଳିଆ ପ୍ରଥା ଓ ପରମ୍ପରା ଏବେବି ଆମ ମନରେ ବସା ବାନ୍ଧି ରହିଛି। ମଣିଷ ଚନ୍ଦ୍ର ପୃଷ୍ଠରେ ଘର କରିବା ପାଇଁ ଯୋଜନା କରିଲାଣି। ଅପରପକ୍ଷେ ଏବେବି ମଣିଷ ସମାଜ ଅନ୍ଧ ବିଶ୍ବାସ ଓ ପୁରୁଣାକାଳିଆ ପରମ୍ପରାରେ ବୁଡ଼ି ରହିଛି। ଯେପରିକି ବେଙ୍ଗନାଚ କଲେ ବର୍ଷା ହେବ ଗାଁର ଲୋକମାନଙ୍କର ବୋଲି ବିଶ୍ୱାସ ରହିଛି। ଏଭଳି ଅଜବ ପରମ୍ପରା ଆଉ କେଉଁଠି ନୁହେଁ ଓଡ଼ିଶାରେ ଦେଖିବାକୁ ମିଳିଛି।
କଟକ ଜିଲ୍ଲାର ଆଠଗଡ଼ ବ୍ଲକର ଗଧାଧର ପୁର ଗ୍ରାମର ଗ୍ରାମବାସୀ ମାନେ ଏଭଳି ପରମ୍ପରାକୁ ବିଶ୍ବାସ କରିଛନ୍ତି। ଗାଁର ଲୋକମାନେ ବେଙ୍ଗନାଚ କରି ଚର୍ଚ୍ଚା ସୃଷ୍ଟି କରିଛନ୍ତି। ଏଭଳି ଏକ ଦୃଶ୍ୟ ଏବେ ବେଶ ଭାଇରାଲ ହେବାରେ ଲାଗିଛି। ଗାଁ ଦାଣ୍ଡରେ ପାଣି ଢାଳି ଯୁବକମାନେ ବେଙ୍ଗ ନାଚ କରିଛନ୍ତି। ବେଙ୍ଗ ଗୋଡ଼ରେ ରଶି ବାନ୍ଧି ପଙ୍କରେ ଗଡ଼ିଛନ୍ତି ଲୋକେ। ଏଭଳି କରିବା ଦ୍ବାରା ଇନ୍ଦ୍ରଦେବ ଖୁସି ହୋଇଥାନ୍ତି। ଏବଂ ବର୍ଷା ମଧ୍ୟ କରାଇଥାଆନ୍ତି ବୋଲି ଗ୍ରାମବାସୀଙ୍କ ବିଶ୍ବାସ ରହିଛି।
ଚଳିତବର୍ଷ ରାଜ୍ୟରେ ସ୍ବାଭାବିକ ଠାରୁ କମ୍ ବର୍ଷା ହୋଇଛି। ଏଥର ରାଜ୍ୟରେ ଚଳିତ ବର୍ଷ ୧୧ଟି ଜିଲ୍ଲାରେ ସ୍ବାଭାବିକ ଠାରୁ କମ୍ ବର୍ଷା ହୋଇଛି। ୧୦ଟି ଜିଲ୍ଲାରେ ସ୍ବାଭାବିକ ଠାରୁ କମ୍ ବର୍ଷା ହୋଇଥିବା ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।