Odisha Link
Bridging the Missing Links in Odisha

ବିଭତ୍ସ ହତ୍ୟାକାଣ୍ଡ: ଗୋଟିଏ ପରିବାରରୁ ୩ ମୃତ

ବିନିକା: ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଥାନା ଅଧୀନରେ ଥିବା ସିଲାଟି ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ। ଗ୍ରାମର ଗୋଟିଏ ପରିବାରର ୩ ଜଣଙ୍କ ହତ୍ୟା ଘଟଣା ଗ୍ରାମରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସିଲାଟ ଗ୍ରାମର ଗାଁର ବୁଲୁ ଭୋଇ (୬୫), ସ୍ତ୍ରୀ ବୈଦେହୀ ଭୋଇ (୫୫) ଏବଂ ପୁଅ ଶିବ ଭୋଇ (୨୫)ଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଛି। ସମସ୍ତଙ୍କର ଗଳା କାଟି ହତ୍ୟା କରାଯାଇଛି। ତେବେ କେଉଁ କାରଣରୁ ହତ୍ୟା କରାଯାଇଛି ତାହା କାରଣ ଅସ୍ପଷ୍ଠ ରହିଛି। ପୁଅ ଶିବ ଭୋଇର ଶବ ଘର ବାହାରେ ପଡ଼ିଥିବା ବେଳେ ସ୍ୱାମୀ ଏବଂ ସ୍ତ୍ରୀଙ୍କ ଶବ ଘର ଭିତରେ ପଡ଼ିରହିଛି।

ବୁଲୁ ଭୋଇଙ୍କ ଦାଦା ପୁଅ ଭାଇ ମୃତ ଅବସ୍ଥାରେ ତିନିଜଣଙ୍କୁ ଦେଖିବାକୁ ପାଇଥିଲେ। ସେ ଦୌଡ଼ିଯାଇ ଗ୍ରାମବାସୀଙ୍କୁ ଏ କଥା ଜଣାଇଥିଲେ। ତାପରେ ଘଟଣା ସଂପର୍କରେ ପୁଲିସକୁ ସୂଚନା ଦିଆଯାଇଥିଲା। ଖବର ପାଇ ଘଟଣା ସ୍ଥଳରେ ବିନିବା ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

Comments are closed.