Odisha Link
Bridging the Missing Links in Odisha

କରୋନାରେ ଆଉ ୬ ମୃତ

ଭୁବନେଶ୍ବର: ରାଜ୍ୟରେ ଅଣାୟତ୍ତ ହେଉଛି କରୋନା ସ୍ଥିତି। ରାଜ୍ୟରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ଆଉ ୬ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୧୪ରେ ପହଁଞ୍ଚିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ ଆଜି ମୃତ୍ୟବରଣ କରିଥିବା ବ୍ୟକ୍ତଙ୍କ ମଧ୍ୟରୁ ୫ ଜଣ ଗଞ୍ଜାମର ହୋଇଥିବା ବେଳେ ଜଣେ ଖୋର୍ଦ୍ଧା ଜିଲ୍ଲାର ସୂଚନା ରହିଛି। ଗଞ୍ଜାମରୁ ୪୧ ବର୍ଷୀୟ ପୁରୁଷ, ୬୩ ବର୍ଷିୟ ପୁରୁଷ, ୫୧ ବର୍ଷିୟ ମହିଳା, ୬୯ ବର୍ଷିୟ ବୃଦ୍ଧ ଓ ୫୭ ବର୍ଷିୟ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ସେହିପରି ଖୋର୍ଦ୍ଧାର ଜଣେ ୮୬ ବର୍ଷିୟା ମହିଳାଙ୍କର ମୃତ୍ୟୁ ହୋଇଛି।

Comments are closed.