କରୋନା: ରାଜ୍ୟରେ ଆଜି ଆଉ ୫ ମୃତ

ଭୁବନେଶ୍ବର: ରାଜ୍ୟରେ ଅଣାୟତ୍ତ ହେଉଛି କରୋନା ସଂକ୍ରମଣ। ଅପରପକ୍ଷେ ପ୍ରତିଦିନ ରାଜ୍ୟରେ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ଆଉ ୫ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ ମୋଟ କରୋନା ଜନିତ ମୃତକଙ୍କ ସଂଖ୍ୟା ୧୫୯ରେ ପହଁଞ୍ଚିଛି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।
ଆଜି ବାଲେଶ୍ବର, ଗଞ୍ଜାମ, ପୁରୀ, ମାଲକାନଗିରି ଓ କନ୍ଧମାଳରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଅପରପକ୍ଷରେ ଅନ୍ୟ କାରଣରୁ ଭଦ୍ରକର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।