Odisha Link
Bridging the Missing Links in Odisha

୨୮ ଜିଲ୍ଲାରୁ ୧୦୬୮ ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା ୨୯ ହଜାର ପାର

ଭୁବନେଶ୍ବର: ମହାମାରୀ କରୋନ ସଂକ୍ରମଣ ରାଜ୍ୟରେ ଦିନକୁ ଦିନ ଅଧିକାରୁ ଅଧିକା ବ୍ୟାପୁଛି। ରାଜ୍ୟର ୨୮ ଜିଲ୍ଲାରୁ ଆଉ ୧୦୬୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୧୭୫ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଜଣ ସଙ୍ଗରୋଧ କେନ୍ଦ୍ରରୁ ୬୬୨ ଓ ୪୦୬ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଆଜି ଅନୁଗୁଳ ଜିଲ୍ଲାର ୨୦, ବାଲେଶ୍ୱରର ୨୯, ବରଗଡ଼ର ୫, ଭଦ୍ରକର ୪, ବଲାଙ୍ଗୀର ର ୨୬, କଟକ ର ୬୧, ଦେବଗଡ଼ ର ୨, ଢେଙ୍କାନାଳ ୧, ଗଜପତି ର ୮୮, ଗଞ୍ଜାମ ର ୨୪୫, ଜଗତସିଂହପୁର ର ୩, ଯାଜପୁର ର ୧୨, ଝାରସୁଗୁଡା ର ୧୨, କଳାହାଣ୍ଡି ଜିଲ୍ଲାର ୧୯, କନ୍ଧମାଳ ଜିଲ୍ଲାରେ ୧୧, କେନ୍ଦ୍ରାପଡା ଜିଲ୍ଲାର ୮, ଖୋର୍ଦ୍ଧା ଜିଲ୍ଲାର ୧୯୪, କୋରାପୁଟ ଜିଲ୍ଲାର ୬୬, ମାଲକାନଗିରି ଜିଲ୍ଲାର ୧, ମୟୁରଭଞ୍ଜ ଜିଲ୍ଲାର ୨୦, ନବରଙ୍ଗପୁର ଜିଲ୍ଲାର ୨୬, ନୟାଗଡ଼ ଜିଲ୍ଲାରେ ୨୯, ନୂଆପଡ଼ା ଜିଲ୍ଲାର ୧୧, ପୁରୀ ଜିଲ୍ଲାର ୧୬, ରାୟଗଡା ଜିଲ୍ଲାର ୨୪, ସମ୍ବଲପୁର ଜିଲ୍ଲାର ୨୧, ସୋନପୁର ଜିଲ୍ଲାର ୨, ସୁନ୍ଦରଗଡ ଜିଲ୍ଲାର ୧୧୨ ଜଣ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୨୯୧୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ମୋଟ ୧୮୦୬୦ ଜଣ ସୁସ୍ଥ ହୋଇଥିବାବେଳେ ୧୦୯୨୦ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି।

Comments are closed.