ନାଳରୁ ଉଦ୍ଧାର ହେଲା ମହିଳାଙ୍କ କଟାମୁଣ୍ଡ

ପାଟଣା: କେନ୍ଦୁଝର ଜିଲ୍ଲା ସଦର ବ୍ଲକ କାଠବାରୀ ପଞ୍ଚାୟତ ଜଗନ୍ନାଥପୁର ବୁଢାବଣ ନିକଟରେ ମହିଳାଙ୍କ ମୁଣ୍ଡ କାଟି ନେଇ ଫେରାର ହୋଇ ଯାଇଥିବା ଅଭିଯୁକ୍ତକୁ ଆଜି ସଦର ପୋଲିସ କୁଆପଶୀ ଗ୍ରାମରୁ ଗିରଫ କରିଛି। ଏହା ସହ ଅଭିଯୁକ୍ତ କାଟି ନେଇଥିବା ମହିଳାଙ୍କ ମୁଣ୍ଡକୁ ଆଜି ପାଟଣା ଥାନା ସ୍ବାମ ଶାସନ ନିକଟ ମଙ୍ଗଳପୁର ହାଡଖାଇ ନାଳ ନିକଟରୁ ଉଦ୍ଧାର କରିଛି ସଦର ପୋଲିସ।
ପ୍ରକଶ ଯେ, ଗତକାଲି ଅପରାହ୍ନରେ ଜଗନ୍ନାଥପୁର ଗ୍ରାମର ସୁନାରାମ ମହାନ୍ତ ଙ୍କ ପତ୍ନୀ କେସରୀ ମହାନ୍ତ ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ତୋରାଣିପୋଖରୀ ପଞ୍ଚାୟତ ଦ୍ବାରିକାପଶି ସାପ୍ତାହିକ ହାଟକୁ ଲଙ୍କା ବିକ୍ରି କରିବା ପାଇଁ ଆସୁଥିବା ବେଳେ ରାସ୍ତା କଡ ବୁଦା ମୁଳରେ ଛକି ରହିଥିବା ଦୁର୍ବୃତ୍ତ ଜଣଙ୍କ ହଠାତ୍ ବୁଦା ମୁଳରୁ ବାହାରି କେସରୀ ମହାନ୍ତଙ୍କ ମୁଣ୍ଡକୁ ଏକ ଟାଙ୍ଗିଆରେ ହାଣି ତାଙ୍କ ଶରୀରରୁ ଅଲଗା କରିଦେବା ପରେ ମୁଣ୍ଡକୁ ଧରି ଫେରାର ହୋଇ ଯାଇଥିଲା।