Odisha Link
Bridging the Missing Links in Odisha

କଲରାପତରିଆ ବାଘ ଚମଡ଼ା ଜବତ

ମୟୂରଭଞ୍ଜ: ମଣଦା ରେଞ୍ଜ ଖେଜୁରୀ କଟାସ ଗ୍ରାମ ନିକଟରେ ଗୋଟିଏ କଲରାପତରିଆ ବାଘ ଚମଡ଼ା ଜବତ ହୋଇଛି । ସୂଚନା ଅନୁଯାୟୀ, ରାଇରଙ୍ଗପୁର ବନଖଣ୍ଡର ଏକ ସ୍ୱତନ୍ତ୍ର ଟିମ୍ ଉକ୍ତ ଶିକାରୀ ଓ ଚୋରା ଚାଲାଣକାରୀଙ୍କ ଉପରେ ନଜର ରଖିଥିବା ବେଳେ ଆଜି ସକାଳ ୧୦ଟା ସମୟରେ ଧରା ପଡ଼ିଥିଲା।

ଅନ୍ୟପଟେ ଏହି ମାମଲାରେ ବିଶୋଇ ଥାନା ଅନ୍ତର୍ଗତ ବଡ଼ ବାଲିଚୁଆ ଗ୍ରାମର ଲକ୍ଷ୍ମଣ ନାଏକଙ୍କୁ ଗିରଫ କରଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତମାନେ ଖସି ଯାଇଛନ୍ତି। ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଅରୁଣ କୁମାର ମିଶ୍ରଙ୍କ ନେତୃତ୍ୱରେ ଏସିଏଫ ବୈଦନାଥ ମାଝୀ, ଏସିଏଫ ନବୀନ ଚନ୍ଦ୍ର ନାୟକ, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ପ୍ରମୁଖ ଚଢ଼ାଉ କରିଥିଲେ। କଲରାପତରିଆ ଛାଲର ଲମ୍ବା ୧୫୩ ସେମି ଓ ୩୧ ସେମି ଓସାର ହୋଇଥିବା ବେଳେ ଦୁଇ ୩ ମାସ ତଳେ ଶିକାର କରାଯାଇଥିବା ଜଣାପଡ଼ିଛି ।

Comments are closed.