ଅସଭ୍ୟ ମନ୍ତବ୍ୟ ନେଇ କଙ୍ଗନାଙ୍କ ବିରୋଧରେ ମାମଲା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ ମାମଲା ରୁଜ୍ଜୁ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପ୍ରତି ଅସଭ୍ୟ ଭାଷା ପ୍ରୟୋଗ କରିଥିବା ଅଭିଯୋଗରେ କଙ୍ଗନାଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଛି। ଆଜି ମୁମ୍ବାଇର ବିକ୍ରୋଲି ଥାନାରେ କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଅଭିଯୋଗରେ ଦର୍ଶାଯାଇଛି ଯେ, କଙ୍ଗନା ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆପତିଜନକ ଟିପ୍ପଣୀ କରିଛନ୍ତି। ଏତଲା ପାଇବା ପରେ ବିକ୍ରୋଲି ଥାନା ପୁଲିସ ମାମଲା ରୁଜୁ କରିଛି।
ସୂଚନାଯୋଗ୍ୟ, ଗତକାଲି ବିଏମସି କଙ୍ଗନାଙ୍କ ଅଫିସର ଅବୈଧ ନିର୍ମାଣ ଭାଙ୍ଗିବା ପରେ କଙ୍ଗନା ଉଦ୍ଧବଙ୍କୁ ଶାଣିତ ଭାଷଣାରେ ସମାଲୋଚନା କରିଛନ୍ତି। ଉଦ୍ଧବଙ୍କୁ ବଂଶବାଦର ନମୂନା ଓ ଶିବସେନାକୁ ସୋନିଆଙ୍କ ସେନା ବୋଲି ଟିପ୍ପଣୀ ଦେଇଛନ୍ତି।