କଙ୍ଗନା ରାକ୍ଷସୀ ପାଲଟି ଗଲେଣି : ସୋନା

ମୁମ୍ବାଇ :ବଲିଉଡ କଣ୍ଠଶିଳ୍ପୀ ସୋନା ମହାପାତ୍ର ନିଜର ବୋଲ୍ଡ ଅନନ୍ଦାଜ କାରଣରୁ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ଏବେ ସୋନା କଙ୍ଗନା ରଣାଓ୍ବତଙ୍କୁ ଟାର୍ଗେଟ କରି କହିଛନ୍ତି, ସେ ରାକ୍ଷସୀ ପାଲଟି ଗଲେଣି ।
ବଲିଉଡ୍ ଡ୍ରଗ୍ସ କନେକସନରେ ବାବଦରେ କଙ୍ଗନା ବଡ଼ ବଡ଼ କଳାକାରଙ୍କୁ ଟାର୍ଗେଟ କରୁଛନ୍ତି। ଏହା ସହ ବଲିଉଡରେ ୯୯ ପ୍ରତିଶତ ଡ୍ରଗ୍ସ ବ୍ୟବହାର ହେଉଥିବା ସେ ଦାବି କରିଛନ୍ତି। କିନ୍ତୁ ଏହାକୁ ସୋନା ସମର୍ଥନ ନକରି ଏହିପରି ମନ୍ତବ୍ୟ ଦେଇଛନ୍ତି ।
ସୋନା କହିଛନ୍ତି ପ୍ରଥମେ ସେ କଙ୍ଗନାଙ୍କୁ ସମର୍ଥନ କରୁଥିଲେ ମାତ୍ର ଏବେ ତାଙ୍କୁ ଆଦୌ ସମର୍ଥନ କରୁ ନାହାନ୍ତି। ପ୍ରଥମେ କଙ୍ଗନା ଯେଉଁ ସବୁ କଥାକୁ ବିରୋଧ କରୁଥିଲେ ଆଜିକାଲି ସେସବୁ ନିଜେ କରୁଛନ୍ତି। ଏପରିକି ଯେତେବେଳେ କଙ୍ଗନା ବଲିଉଡର ‘କ୍ବିନ୍’ ହୋଇ ନ ଥିଲେ ସେତେବେଳେ ସୋନା ତାଙ୍କୁ ସମର୍ଥନ କରୁଥିଲେ।
ସୋନା ଆହୁରି କହିଛନ୍ତି ଜଣେ ରାକ୍ଷସ ସହ ଲଢ଼ିବା ବେଳେ ନିଜର ଆଚରଣ ସେହିପରି ହୋଇଯାଏ। ନିଜେ ସେହି ସବୁ ଲକ୍ଷଣ ପ୍ରଦର୍ଶନ କରନ୍ତି ଯାହା ପୂର୍ବରୁ ଖୋଦ ନିଜେ ଅଭିଯୋଗ କରନ୍ତି। ଏବେ କଙ୍ଗନା ଠିକ୍ ସେମିତି ରାକ୍ଷସ ହୋଇଯାଇଛନ୍ତି।
ଏଣୁ କଙ୍ଗନା ଯାହା ସହ ଲଢ଼ୁଥିଲେ ସେ ନିଜେ ଠିକ ସେମିତି ହୋଇଗଲେଣି। ସେ ଅନ୍ୟକୁ ଗାଳିଗୁଲଜ କରିବା ସହ ଅନ୍ୟର କ୍ରେଡିଟ୍ ନେଇ ଯାଆନ୍ତି। ଲାଗୁଛି ଯାହା ସହ ସେ ସହାନୁଭୂତି ରଖିଥାନ୍ତି ତାସହ କଙ୍ଗନାଙ୍କର କିଛି ପର୍ସନାଲ ଏଜେଣ୍ଡା ରହିଛି।