ରାଜ୍ୟରେ ଶୀତ ଲହରୀ, ଦାରିଙ୍ଗବାଡ଼ିରେ ତାପମାତ୍ରା ୯ ଡିଗ୍ରୀ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଧିରେ ଧିରେ ବଢ଼ୁଛି ଥଣ୍ଡାର ପ୍ରକୋପ। କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ରାଜ୍ୟର ସବୁଠାରୁ ଶୀତୁଆ ସ୍ଥାନ ପାଲଟିଛି। ଗତକାଲି ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ରେକର୍ଡ ହୋଇଛି।
୧୫ ଡିଗ୍ରୀ ତଳେ ରହିଛି ୧୩ଟି ସହର। ୯ ଡିଗ୍ରୀ ସହ ଦାରିଙ୍ଗବାଡି ହୋଇଛି ସବୁଠାରୁ ଥଣ୍ଡା ସହର। ଏହା ସହ ସୁବର୍ଣ୍ଣପୁରରେ ୯.୪, ଫୁଲବାଣୀରେ ୧୦.୫, ଅନୁଗୁଳରେ ୧୧ଡିଗ୍ରୀ, ବାରିପଦାରେ ଓ କେନ୍ଦୁଝରରେ ୧୨ଡିଗ୍ରୀ, ଝାରସୁଗୁଡାରେ ୧୨.୨, ଭବାନୀପାଟଣାରେ ୧୨.୨, ତାଳଚେରରେ ୧୨.୩, କୋରାପୁଟରେ ୧୨.୬, ବୌଦ୍ଧ ଓ କଟକରେ ୧୪ଡିଗ୍ରୀ, ବଲାଙ୍ଗୀରରେ ୧୪.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଏହା ସହ ଭୁବନେଶ୍ୱର ସହରର ତାପମାତ୍ରା ୧୬ ଡିଗ୍ରୀ ରେକର୍ଡ ହୋଇଛି।
ଲୋକେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ଜାଳୁଛନ୍ତି। ଶୀତର ମଜା ନେବା ପାଇଁ ମର୍ଣ୍ଣିଂ ୱାକ୍ କରୁଛନ୍ତି। ମୁଖ୍ୟତଃ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତର ପ୍ରକୋପ ବଢିଛି।
Comments are closed.