Odisha Link
Bridging the Missing Links in Odisha

ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ପରଲୋକ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ପରଲୋକ ହୋଇଛି। ବିଳମ୍ବିତ ରାତି ୩.୩୦ରେ ପଟେଲଙ୍କ ମୃତ୍ୟୁ ହୋଇଥିବା ନେଇ ତାଙ୍କ ପୁଅ ଫଇଜାଲ ପଟେଲ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା।

କରୋନାରେ ସଂକ୍ରମିତ ହୋଇ ଅହମ୍ମଦ ପଟେଲ ଅନେକ ଦିନ ହେବ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ପୁଅ ଫଇଜାଲ ପଟେଲ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଏହା କହିବା ଅତ୍ୟନ୍ତ ଦୁଃଖଦାୟକ ଯେ ମୋର ପିତା ଅହମ୍ମଦ ପଟେଲ ନଭେମ୍ବର ୨୫ ବିଳମ୍ବିତ ରାତ୍ରି ୩ଟା ୩୦ରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି।

ପ୍ରାୟ ଏକ ମାସ ପୂର୍ବରୁ ସେ କରୋନାରେ ସଂକ୍ରମିତ ହୋଇଥିଲେ। ଏହା ପରେ ତାଙ୍କ ଅବସ୍ଥା ଖରାପ ହୋଇଗଲା ଏବଂ ଶରୀରର ଅନେକ ଅଙ୍ଗ କାର୍ଯ୍ୟ କରିବା ବନ୍ଦ କରିଦେଇଥିଲା। ମୁଁ ସମସ୍ତ ଶୁଭେଚ୍ଛୁମାନଙ୍କୁ ଅନୁରୋଧ କରୁଛି ଯେ, କୋଭିଡ -୧୯ ନିୟମକୁ ଅନୁସରଣ କରନ୍ତୁ।

Comments are closed.