ଭିଜିଲାନ୍ସ ଜାଲରେ ଉତ୍କଳ ବିଶ୍ୱବିଦ୍ୟାଳୟର କର୍ମଚାରୀ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ଜଣେ ଡିଡିସିଇ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଅଧିକାରୀଙ୍କ ନାମ ଅଶୋକ ମିଶ୍ର ବୋଲି ଜଣାପଡିଛି। ଭିଜିଲାନ୍ସ ଟିମ୍ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରିଛି। ଏହି ତଲାସୀ ପାଇଁ ଭିଜିଲାନ୍ସ ସ୍ୱତନ୍ତ୍ର ଜଜ୍ ଅନୁମତି ଦେଇଛନ୍ତି।
ଅଶୋକଙ୍କ ରସୁଲଗଡ଼ ପାଣ୍ଡରା ଓ ପଟିଆ ପ୍ରଶାନ୍ତି ବିହାରରେ ଚଢ଼ାଉ ଚାଲିଥିବା ବେଳେ ପୈତୃକ ଘର ଦୁର୍ଗାପୁର ରାମେଶ୍ୱରରେ ମଧ୍ୟ ଚାଲିଛି ରେଡ୍ । ଭୁବନେଶ୍ବର ଉପକଣ୍ଠ କଳିଙ୍ଗ ବିହାରରେ ଘର ଥିବା ଭିଜିଲାନ୍ସ ଜାଣିବାକୁ ପାଇଛି ।
୨୦୧୭-୧୮ରେ ଘର ନିର୍ମାଣ ହୋଇ ଭଡ଼ାରେ ଲାଗିଛି । ତାଙ୍କ ଅଫିସ ଓ ସରକାରୀ ବସଭବନରେ ମଧ୍ୟ ଭିଜିଲାନ୍ସ ରେଡ୍ କରିଛି। ଚଢ଼ାଉ ବେଳେ ଭିଜିଲାନ୍ସ ଅଧିକାରୀ ମାନେ ୩ ଲକ୍ଷ ୫୫ ହଜାର ଟଙ୍କା ଜବତ କରିଥିବା ଜଣାପଡିଛି ।