ଅନ୍ନପୂର୍ଣ୍ଣା ଯୋଜନାରେ ୧ ଟଙ୍କାରେ ଖାଦ୍ୟ

ଭୁବନେଶ୍ବର: ଅନ୍ନପୂର୍ଣ୍ଣା ଯୋଜନାରେ ଖାଦ୍ୟ ମାଗଣା ନୁହେଁ ବୋଲି ହକିଲେ ସାଂସଦ ଅପରାଜିତା ସଂଷଙ୍ଗୀ। ଅନ୍ନପୂର୍ଣ୍ଣା ଯୋଜନାରେ ୧ ଟଙ୍କାରେ ଖାଦ୍ୟ ଦିଆଯିବ। ଏହା ବିଏମ୍ସିର କଟକଣା ଭିତରେ ଆସୁ ନାହିଁ।
ସୂଚନାଯୋଗ୍ୟ ଯେ, ଗତ କାଲି ବିନାନୁମତିରେ ମାଗଣା ଖାଦ୍ୟ ବଣ୍ଟନକୁ ବାରଣ କରିଥିଲା ବିଏମ୍ସି। ଏହି ପ୍ରତିବନ୍ଧକ ଲଗାଇଛି ବିଏମସି। ରାସ୍ତାକଡ଼ ଲୋକଙ୍କୁ ଖାଦ୍ୟ କିମ୍ବା ଅନ୍ୟାନ୍ୟ ସାମଗ୍ରୀ ନ ବାଣ୍ଟି ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ପରିଚାଳିତ ହେଉଥିବା ଆଶ୍ରୟସ୍ଥଳରେ ବାଣ୍ଟିବା ପାଇଁ କୁହାଯାଇଛି। ବିଏମସିର ଅନୁମତି ନେଇ ସଂସ୍ଥା କିମ୍ବା ବ୍ୟକ୍ତି ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ବାଣ୍ଟି ପାରିବେ ବୋଲି କୁହାଯାଇଛି।
ଏପରି ନକଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ଚେତାଇ ଦିଆଯାଇଛି। ଭୁବନେଶ୍ୱରକୁ ଭିକାରୀମୁକ୍ତ କରିବା ପାଇଁ ଅଭିଯାନ ଆରମ୍ଭ କରିଛି ବିଏମସି। ହେଲେ ରାସ୍ତାକଡ ବାସହରାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ କରାଯାଉଥିବାରୁ ସେମାନେ ବିଏମସି ପରିଚାଳିତ ଆଶ୍ରୟସ୍ଥଳକୁ ଯାଉନଥିବା ଦେଖିବାକୁ ମିଳୁଛି। ତେଣୁ ସେମାନଙ୍କ ମାନସିକତାରେ ପରିବର୍ତନ ଆଣିବା ପାଇଁ ଏଭଳି କଡା କଟକଣା ଲଗାଇଛି ବିଏମସି। ଏଥିପାଇଁ ବିଏମସି ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି।