Odisha Link
Bridging the Missing Links in Odisha

ଭୁବନେଶ୍ବରରେ ପହଞ୍ଚିଲା କୋଭାକ୍ସିନ୍‌ ଟିକା

ଭୁବନେଶ୍ବର: ଭୁବନେଶ୍ବରରେ ପପହଞ୍ଚିଲା କରୋନା ଟିକା କୋଭାକ୍ସିନ୍‌। ରାଜ୍ୟ ଟିକା ଭଣ୍ଡାରରେ ପହଞ୍ଚିଲା କୋଭାକ୍ସିନ ଟକା। ପ୍ରାୟ ୨୦ହଜାର କୋଭାକ୍ସିନ୍‌ ଡୋଜ୍‌ ଆସି ପହଞ୍ଚିଛି। ଭାରତ ବାୟୋଟେକ୍‌ ଓ ଆସିଏମ୍‌ଆର୍‌ ଦ୍ୱାରା ପ୍ରସ୍ତୁତ କରାଯାଇଛି କୋଭାକ୍ସିନ୍‌।

ପ୍ରକାଶ ଯେ, ରାଜ୍ୟରେ ଗତକାଲିଠାରୁ ପହଞ୍ଚିଛି କରୋନା ଟିକା। ପ୍ରଥମ କରି ସିଧା କମ୍ପାନୀରୁ କରୋନା ଟିକା କୋଭିସିଲଡ ରାଜ୍ୟକୁ ଆସିଛି। ଗତକାଲି ଅପରାହ୍ନରେ ଏୟାର ପୋର୍ଟରୁ କଡା ବ୍ୟବସ୍ଥା ବଳୟ ଭିତରେ ରାଜ୍ୟ ଟିକା ଷ୍ଟୋରକୁ ଆଣାଯାଇଥିଲା। ଏହାପରେ ଜିଲ୍ଲା ଷ୍ଟୋରକୁ କୋଲଡ ​ଚେନ ଜରିଆରେ ପଠାଯାଇଛି।

ଯେତିକି ଟିକା ଆସିଛି , ସେଥିରେ ପ୍ରାୟ ୧ ଲକ୍ଷ ୯୧ ହଜାର ସ୍ବାସ୍ଥ୍ୟ କର୍ମଚାରୀଙ୍କ ଦିଆଯିବ। ବୟସ୍କ ଓ କୋଭିଡ ସଂକ୍ରମଣ ଅଧିକ ଥିବା ସ୍ଥାନର ସ୍ବାସ୍ଥ୍ୟ କର୍ମୀଙ୍କୁ ପ୍ରଧାନ୍ୟ ଦିଆଯିବ। ଏପଟେ ଦ୍ବିତୀୟ ପ୍ରର୍ଯ୍ୟାୟ ତାଲିକା ୨୫ ତାରିଖ ସୁଦ୍ଧା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର।

Comments are closed.