ଗୁହାଳରେ ନିଆଁ ଲାଗି ୫ ଗୋରୁ ଜୀବନ୍ତ ଦଗ୍ଧ

କେନ୍ଦ୍ରାପଡା : ଗୁହାଳରେ ନିଆଁ ଲାଗି ୫ ଗୋରୁ ଜୀବନ୍ତ ଦଗ୍ଧ। ଏହି ଅଭାବନୀୟଘଟଣାଟି କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ଜରିମୂଳ ଗାଁରେ ଘଟିଛି।ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ନିଆଁ ଲାଗିବାର କାରଣ ଏଯାଏଁ ଅସ୍ପଷ୍ଟ ରହିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।