Odisha Link
Bridging the Missing Links in Odisha

ବସ୍ ଓଲଟି ଜଣେ ମୃତ

ମୁନିଗୁଡା: ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ମୁନିଗା ନିକଟରେ ଯାତ୍ରୀବାହୀ ବସ୍ ଦୁର୍ଘଟଣା ଗ୍ରସ୍ତ। ଦୁର୍ଘଟଣାରେ ୯ଜଣ ଗୁରୁର ,ଜଣେ ମୃତ ହୋଇଥିବା ସୂଚନା ମିଳିଛି। ଓଲଟିଲା ଯାତ୍ରୀବାହୀ ବସ୍‌ । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।

ପ୍ରକାଶ ଯେ , ଯାତ୍ରୀଙ୍କୁ ନେଇ ବସ୍‌ଟି ବଡମ୍ବାରୁ ଜୟପୁର ଅଭିମୁଖେ ଯାଉଥିଲା ‘ରଘୁନାଥ’ ବସ୍ । କିନ୍ତୁ ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ମୁନିଗା ନିକଟରେ ଭାରସାମ୍ୟ ହରାଇ ଓଲଟିପଡିଛି । ଯାହାଫଳରେ କି ଗାଡିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୫ଜଣ ଆହତ ହୋଇଛନ୍ତି ।

ସମସ୍ତ ଆହତଙ୍କୁ ଉଦ୍ଧାର କରି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି । ଦୁର୍ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟଲୋକ ଘଟଣାସ୍ଥଳରେ ପହଞ୍ଚି ନିକଟସ୍ଥ ପୋଲିସ ଷ୍ଟେସନକୁ ଜଣାଇଥିଲା ।

Comments are closed.