ବାଦ୍ୟଶିଳ୍ପୀ କୃପାସିନ୍ଧୁ ଗୁରୁଙ୍କ ପରଲୋକ

ସମ୍ବଲପୁର: ବାଦ୍ୟଶିଳ୍ପୀ କୃପାସିନ୍ଧୁ ଗୁରୁଙ୍କ ପରଲୋକ। କୃପାସିନ୍ଧୁ ସମ୍ବଲପୁର ଆକାଶବାଣୀ କେନ୍ଦ୍ରରେ ଗୀତିକାର ଥିଲେ। ସେ ଅନେକ ଜଣାଶୁଣା ସମ୍ବଲପୁରୀ ଗୀତ ରଚନା କରିଥିଲେ। ‘ଅସ୍ତରାଗ’ ସିନେମାର ‘ରାଧା ନାନୀ ଲହର ମଣି ରେ’ ରଚନା କରିଥିଲେ। ସେ ଅନେକଙ୍କୁ ଗୀତ ଗାଇବା ଏବଂ ଢୋଲ ବଜାଇବା ମଧ୍ୟ ଶିଖାଇଥିଲେ।
କୃପାସିନ୍ଧୁଙ୍କ ପୈତୃକ ଘର ଗୁରୁପରାର ତିମିନିରେ। କିଛି ବର୍ଷ ପୂର୍ବେ ସେ ଅଇଁଠାପାଲୀରେ ରହୁଥିଲେ। ସମ୍ବଲପୁର କମର୍ସିଆଲ ଟ୍ୟାକ୍ସ ଆସିସଷ୍ଟାଣ୍ଟ କମିଶନର ଅଫିସରୁ ମୁଖ୍ୟ କିରାଣୀ ଭାବେ ଅବସର ନେଇଥିଲେ ।