Odisha Link
Bridging the Missing Links in Odisha

ସ୍ଥଳସେନାର ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ଲେଫ୍‌ଟନାଣ୍ଟ ଜେନେରାଲ୍‌ ଚଣ୍ଡୀ ପ୍ରସାଦ ମହାନ୍ତି

ନୂଆଦିଲ୍ଲୀ: ଆଜି ଭାରତୀୟ ସ୍ଥଳସେନାର ଉପମୁଖ୍ୟ ଭାବେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଲେଫ୍‌ଟନାଣ୍ଟ ଜେନେରାଲ୍‌ ଚଣ୍ଡୀ ପ୍ରସାଦ ମହାନ୍ତି। ଲେଫ୍‌ଟନାଣ୍ଟ ଜେନେରାଲ୍‌ ଚଣ୍ଡୀ ପ୍ରସାଦ ମହାନ୍ତିଙ୍କୁ ୧୨ଜୁନ୍‌ ୧୯୮୨ରେ ରାଜପୁତ ରେଜିମେଣ୍ଟରେ ନିଯୁକ୍ତି ହୋଇଥିଲେ। ସେ ରାଷ୍ଟ୍ରୀୟ ଇଣ୍ଡିଆନ୍‌ ମିଲିଟାରି କଲେଜ୍‌, ଡେରାଡୁନ୍‌, ନ୍ୟାସନାଲ୍‌ ଡିଫେନ୍‌ସ ଏକାଡେମି, ଖଡକୱାସଲା ଏବଂ ଇଣ୍ଡିଆନ୍‌ ମିଲିଟାରି ଏକାଡେମି, ଡେରାଡୁନ୍‌ରୁ ନିଜର ଶିକ୍ଷା ଓ ତାଲିମ ଶେଷ କରିଥିଲେ।

ନିଜର ଦୀର୍ଘ ଚାରି ଦଶନ୍ଧିର କାର୍ଯ୍ୟକାଳ ମଧ୍ୟରେ ଭାରତୀୟ ସ୍ଥଳସେନାର ଜଣେ ଦକ୍ଷ ଜେନେରାଲ୍‌ ଭାବେ ଅତ୍ୟନ୍ତ ଦାୟିତ୍ୱ ସଂପନ୍ନ ଭାବେ ଦାୟିତ୍ୱ ତୁଲାଇବା ସହ ଦେଶର ଅଖଣ୍ଡତାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ନିରନ୍ତର ଭାବେ କାର୍ଯ୍ୟ କରି ଆସିଥିଲେ। ସୀମାନ୍ତର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଜମ୍ମୁ- କଶ୍ମୀରରେ ଏବଂ ପରେ ଉତ୍ତର ପୂର୍ବରେ ଲାଇନ୍‌ ଅଫ୍‌ କଣ୍ଟ୍ରୋଲରେ ନିୟୋଜିତ ବାଟାଲିୟନର ବ୍ରିଗେଡ୍‌ କମାଣ୍ଡର ତାଙ୍କର କାର୍ଯ୍ୟ ଉଲ୍ଲେଖନୀୟ ରହିବା ସହ ଅନ୍ୟମାନଙ୍କ ପାଇଁ ଉହାହାରଣ ହୋଇ ରହିଥିଲା।

ଚୀନ୍‌ ସହ ସୃଷ୍ଟି ହୋଇଥିବା ଡୋକଲାମ ବିବାଦ ପରେ ସିକ୍କିମ୍‌ ଆଧାରିତ ତ୍ରିଶକ୍ତି କର୍ପସକୁ ନିର୍ଦ୍ଦେଶ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ଲେଫ୍‌ଟନାଣ୍ଟ ଜେନେରାଲ୍‌ ଚଣ୍ଡୀ ପ୍ରସାଦ ମହାନ୍ତି। ଯୋଧପୁର ସବ୍‌ ଏରିଆର ଜଣେ ମେଜର ଜେନେରାଲ୍‌ ଭାବରେ ଏବଂ ଲେଫ୍‌ଟନାଣ୍ଟ ଜେନେରାଲ୍‌ ଭାବରେ ଉତ୍ତର ଭାରତର ସୁରକ୍ଷା କ୍ଷେତ୍ରରେ ମଧ୍ୟ ତାଙ୍କର ବିଶେଷ ଯୋଗଦାନ ରହିଥିଲା।

Comments are closed.