Odisha Link
Bridging the Missing Links in Odisha

ବିନା ଫାୟାର ଲାଇସେନ୍ସରେ ଚାଲିଥିଲା ଘରୋଇ ସନ୍ ହସ୍ପିଟାଲ୍

କଟକ : ବିନା ଫାୟାର ଲାଇସେନ୍ସରେ ଚାଲିଥିଲା ଘରୋଇ ହସ୍ପିଟାଲ। ଏହା ଖୋଦ ଚିଫ୍ ଫାୟାର ଅଫିସର ସୂଚନା ଦେଇଛନ୍ତି। ଏନେଇ ଚିଫ୍‌ ଫାୟାର ଅଫିସର କହିଛନ୍ତି, ଫାୟାର ଲାଇସେନ୍ସ ନ ଥାଇ ହସ୍ପିଟାଲ ଚାଲିଥିଲା। ପୂର୍ବରୁ ମକ୍ ଡ୍ରିଲ ଜରିଆରେ ସତର୍କ କରାଯିବା ସତ୍ତ୍ୱେ ହସ୍ପିଟାଲ କର୍ତ୍ତୃପକ୍ଷ ତତ୍ପରତା ପ୍ରକାଶ କରି ନ ଥିଲେ। ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବା ସହଜ ହେଲା।

ସୂଚନାଯୋଗ୍ୟ, ଆଜି ମଧ୍ୟାହ୍ନ ସମୟରେ ବିଜୁ ପଟ୍ଟନାୟକ ଛକସ୍ଥିତ ‘ସନ୍ ହସ୍ପଟାଲ୍‌’ରେ ଭୟଙ୍କର ନିଆଁ ଲାଗି ଚାରିଆଡ଼େ ଧୂଆଁ ଖେଳି ଯାଇଥିଲା। ପୂରା ଉପର ମହଲାରେ ନିଆଁ ଲାଗିଥିବା ବେଳେ ଘଟଣା ସ୍ଥଳରେ ୭ ଅଗ୍ନିଶମ ଗାଡ଼ି ଓ ୫୦ କର୍ମଚାରୀ ପହଞ୍ଚି ବହୁ ସମୟର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ। ହସ୍ପିଟାଲ୍‌ରେ ଥିବା ଗୁରୁତର ରୋଗୀଙ୍କୁ ଏସ୍‌ସିବି ସମେତ ଅନ୍ୟ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି।

Comments are closed.