Odisha Link
Bridging the Missing Links in Odisha

ଦିଲ୍ଲୀ ହିଂସା ଘଟଣା: ଅଭିନେତା ଦୀପ ସିଦ୍ଧୁ ଗିରଫ

ନୂଆଦିଲ୍ଲୀ: ଜାନୁଆରୀ ୨୬ରେ ହୋଇଥିବା ଦିଲ୍ଲୀ ହିଂସା ଘଟଣାର ଅଭିଯୁକ୍ତ ଅଭିନେତା ଦୀପ ସିଦ୍ଧୁଙ୍କୁ ଗିରଫ। ଦୀପ ସିଦ୍ଧୁଙ୍କୁ ଗିରଫ କରିଛି ପୋଲିସ। ଏନେଇ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ ପକ୍ଷରୁ ସୂଚନା ମିଳିଛି। ପ୍ରାୟ ୧୫ ଦିନ ଫେରାର ପରେ ଧରାପଡିଛନ୍ତି ଦୀପ ସିଦ୍ଧୁ। ଦୀପ ସିଦ୍ଧୁଙ୍କ ନାଁରେ ପୋଲିସ ଏକ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା।

ଦିଲ୍ଲୀ ପୋଲିସ ଦୀପ ସିଦ୍ଧୁ ,ଜୁରାଜ ସିଂ, ଗୁରଜିତ ସିଂ ଏବଂ ଗୁରଜତ ସିଂଙ୍କ ଗିରଫ ପାଇଁ ସେମାନଙ୍କ ସମ୍ପର୍କରେ ଯେଉଁ ମାନେ ସୂଚନା ଦେବେ ସେମାନଙ୍କୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲା।

ସେହିପରି ହିଂସାରେ ଜଡ଼ିତ ଥିବା ଅଭିଯୁକ୍ତ ଜାଜବିର ସିଂ, ବୁଟା ସିଂ, ସୁଖଦେବ ସିଂ ଏବଂ ଇକବାଲ ସିଂ ଙ୍କ ଗିରଫ ପାଇଁ ସୂଚନା ଦେବା ବ୍ୟକ୍ତିଙ୍କୁ ୫୦,୦୦୦ ଟଙ୍କାର ରାଶି ପ୍ରଦାନ କରାଯିବ।