Odisha Link
Bridging the Missing Links in Odisha

ସବ୍‌ ଜେଲ୍‌ରେ ବିଚାରାଧୀନ କଏଦୀ ମୃତ

ନବରଙ୍ଗପୁର: ନବରଙ୍ଗପୁର ଉପ-କାରାଗାରରେ ଜଣେ ବିଚାରଧୀନ କଏଦୀର ମୃତ୍ୟୁ। ମୃତ କଏଦୀ କୋଡିଙ୍ଗା ଥାନା ଦଶାପାଇଗୁଡ଼ା ଗାଁର ରାମ ଧର ଭତରା ବୋଲି ଜଣାପଡିଛି। କୌଣସି ଏକ ମାମଲାରେ ଗତ କିଛି ଦିନ ହେଲା ନବରଙ୍ଗପୁର ଉପ-କାରାଗାରରେ ବିଚାରାଧୀନ କଏଦୀ ଭାବେ ଜେଲ୍‌ରେ ଥିଲେ ରାମ ଧର ଭତରା।

ଗତକାଲି ହଠାତ୍‌ ତାଙ୍କ ଦେହ ଖରାପ ହୋଇଯାଇଥିଲା। ଯାହାଫଳରେ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣାପଡିନି।

Comments are closed.