Odisha Link
Bridging the Missing Links in Odisha

ମିଳୁନି ଜାମିନ, ଜେଲରେ ସଜା କାଟୁଛନ୍ତି ୨ ଗଞ୍ଜା

ଭୁବନେଶ୍ବର: ଚାଲିଥିଲା ଜୁଆ ଖେଳ। ସୂଚନା ପାଇ ଜୁଆ ଆଡ୍ଡାରେ ଚଢ଼ାଉ କଲା ପୁଲିସ। ଘଟଣାସ୍ଥଳରୁ ପୁଲିସ ୨ ଜୁଆଡ଼ିଙ୍କୁ ଗିରଫ କରିବା ସହ ୨ଟି ଗଞ୍ଜାକୁ ବାନ୍ଧି ଜେଲରେ ପୁରାଇଥିଲେ। ପରେ ୨ ଜୁଆଡ଼ି ଜାମିନରେ ଆସିଥିବା ବେଳେ ୨ଟି ଗଞ୍ଜା ଜେଲରେ ସଜା କାଟୁଛନ୍ତି। ୨ ଗଞ୍ଜାଙ୍କୁ ଜାମିନରେ ନେବାକୁ କେହି ଆସୁନଥିବା ବେଳେ ଉଭୟଙ୍କୁ ନିଲାମ କରାଯିବ ବୋଲି କହିଛି ପୁଲିସ। ଏଭଳି ଘଟଣା ଘଟିଛି ତେଲଙ୍ଗାନାର ଖମାମ ଜିଲ୍ଲାର ବାନାପୁରମରେ।

ସୂଚନାଯୋଗ୍ୟ, ଗତମାସରେ ପୋଙ୍ଗଲ ପୂର୍ବରୁ ଜାନୁଆରୀ ୧୦ ତାରିଖରେ ତେଲେଙ୍ଗାନା ରାଜ୍ୟର କିଛି ଅଞ୍ଚଳରେ ଜୁଆଖେଳ ହେଉଥିଲା। ସଂମ୍ପୃକ୍ତ ଗଞ୍ଜା ଦୁଇଟିକୁ ସେଠାରେ ବାଜି ଲଗାଯାଇଥିଲା। ଯେଉଁ ଗଞ୍ଜା ଜିତିବ ସେ ମାଲିକ ବାଜିରେ ଲାଗିଥିବା ସବୁ ଟଙ୍କା ନେବ ବୋଲି ପୂର୍ବରୁ ନିର୍ଦ୍ଧାରିତ ହୋଇଥିଲା। ଏମିତି ଏକ ଜୁଆ ଖେଳ ଚାଲିଥିବା ଖବର ପାଇ ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚିଥିଲା। ଏହାପରେ ୨ ଜୁଆଡ଼ିଙ୍କ ସହ ୨ ଗଞ୍ଜାକୁ ନେଇ ପୁଲିସ୍‌ ଜେଲ୍‌କୁ ପଠାଇ ଦେଇଥିଲା।

ସ୍ଥାନୀୟ ପୁଲିସ ଷ୍ଟେସନର ଜଣେ କର୍ମଚାରୀ କହିଛନ୍ତି ଯେ, କୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ଜେଲରେ ଥିବା ୨ଟି ଗଞ୍ଜାକୁ ନିଲାମ କରାଯିବ।

Comments are closed.